ସିକ୍ୟୁରିଟୀ ଗାର୍ଡଙ୍କୁ ହତ୍ୟା

ସିକ୍ୟୁରିଟୀ ଗାର୍ଡଙ୍କୁ ହତ୍ୟା

ସିକ୍ୟୁରିଟୀ ଗାର୍ଡଙ୍କୁ ହତ୍ୟା
ପାହାଳ : ଭୁବନେଶ୍ୱରର ପାହାଳଠାରେ ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଛି। କିଛିଦିନ ତଳେ ଟଙ୍କପାଣି ରୋଡ ନିକଟରେ ଥିବା ଏକ କଲ୍ୟାଣମଣ୍ଡପରେ ଜଣେ ସିକ୍ୟୁରିଟୀ ଗାର୍ଡଙ୍କୁ ଗୁଳିମାଡ କରାଯାଇଥିବା ବେଳେ ଆଜି ପାହାଳରେ ଜଣେ ସିକ୍ୟୁରିଟୀ ଗାର୍ଡଙ୍କୁ ହତ୍ୟା କରାଯାଇଛି । ସୂଚନା ଅନୁସାରେ, ଆଜି ପାହାଳ ଅଂଚଳରେ ସକାଳେ ସିକ୍ୟୁରିଟୀ ଗାର୍ଡଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ସେ ଏକ ମାର୍ବଲ ଦୋକାନରେ କାମ କରୁଥିବା ସୂଚନା ମିଳିଛି । ଏହାକୁ ନେଇ ସ୍ଥାନୀୟ ଅଚଂଲରେ ଚାପା ଉତ୍ତେଜନା ପ୍ରକାଶ ପାଇଛି । । ଅଭିଯୁକ୍ତକୁ ଧରିବା ଦାବିରେ ଲୋକେ ରାସ୍ତାରୋକ କରିଥିଲେ। ତେବେ ପୁଲିସ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। ହତ୍ୟାର କାରଣ ଏଯାବତ୍ ଜଣାପଡ଼ି ନାହିଁ। କୌଣସି ଗଣ୍ଡଗୋଳରୁ ଏହି ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି।