ସେନାବାହିନୀ ନିଯୁକ୍ତି ରାଲିରେ ଜାଲିଆତି କରି ୭ ଅଟକ

ସେନାବାହିନୀ ନିଯୁକ୍ତି ରାଲିରେ ଜାଲିଆତି କରି ୭ ଅଟକ

ସେନାବାହିନୀ ନିଯୁକ୍ତି ରାଲିରେ ଜାଲିଆତି କରି ୭ ଅଟକ
ପାରାଦ୍ୱୀପ:(ଲକ୍ଷ୍ମୀନାରାୟଣ ସାହୁ):ଗତ ୧୮ତାରିଖରୁ ପାରାଦ୍ୱୀପ ଗୋପବନ୍ଧୁ ଷ୍ଟାଡିୟମରେ ଆସନ୍ତା ୨୪ତାରିଖ ପର୍ଯ୍ୟନ୍ତ ଚାଲିଥିବା ସେନାବାହିନୀ ନିଯୁକ୍ତି ରାଲିରେ ଜାଲିଆତି କରି ୭ଜଣ ଅଟକ ଅଛନ୍ତି । ଏମାନେ ଉତ୍ତରପ୍ରଦେଶ ରାଜ୍ୟର ହୋଇଥିôବା ବେଳେ ନୟାଗଡ ଜିଲ୍ଲାର ଆବାସିକ ପ୍ରମାଣ ପତ୍ର ଯୋଗାଡ କରି ଆଣିଥିବା କୁହାଯାଉଛି । ସୂଚନା ଯୋଗ୍ୟ କି ଏହି ନିଯୁକ୍ତି ରାଲି ପାଇଁ ମୋଟ ୧୮,୨୪୭ଜଣ ପ୍ରାର୍ଥୀ ଅନଲାଇନ୍ରେ ପଞ୍ଜିକରଣ କରିଥିବା ବେଳେ ଆଜି ଅର୍ଥାତ ୧୯ତାରିଖ ପାଇଁ ୮୩୦ଜଣ ଆବେଦନ କରିଥିଲେ । ସକାଳୁ ସକାଳୁ ସ୍ଥାନୀୟ ଗୋପବନ୍ଧୁ ଷ୍ଟାଡିୟମରେ ଏହି ନିଯୁକ୍ତି ରାଲି ଚାଲୁଥିବା ବେଳେ ନିଯୁକ୍ତି ନିମନ୍ତେ ଆବେଦନ କରି ଆସିଥିବା ଯୁବକ ମାନଙ୍କର ସମସ୍ତ କାଗଜପତ୍ର ତନ୍ଖି କରାଯିବା ସମୟରେ ଆବାସିକ ପ୍ରମାଣ ପତ୍ରରେ ୭ଜଣଙ୍କର ଜାଲିଆତି ହୋଇଥିବା ସନ୍ଦେହ କରାଗଲା । ସେମାନେ ହେଲେ ଉତ୍ତର ପ୍ରଦେଶ ଘାଜିପୁର ଜିଲ୍ଲା ଦେନମା ଗ୍ରାମର ଉମାଶଙ୍କର ରାମଙ୍କ ପୁତ୍ର ସୁଗ୍ରୀମ କୁମାର, ଗୋସାଲପୁର ଗ୍ରାମର ଲକ୍ଷଣ ସିଂଙ୍କ ପୁତ୍ର ଲଗମାନ୍ ସିଂ, ବଲିରା ଜିଲ୍ଲାର ତିୱାରିକ୍ ମିଲିକ୍ ଗ୍ରାମର ରାଜେନ୍ଦ୍ର ତିୱାରୀ ଙ୍କ ପୁତ୍ର ଅଖିଲେଶ କୁମାର ତିୱାରୀ, ଲଖର ଗ୍ରାମର ରାମ ଶଙ୍କର ଯାଦବଙ୍କ ପୁତ୍ର ରାହୁଲ କୁମାର ଯାଦବ, ବିଲେରିୟା ଗ୍ରାମର ଶିବ ବଚନ ଯାଦବଙ୍କ ପୁତ୍ର ଶିବ ଶଙ୍କର ଯାଦବ, କରନ୍ ଚାପ୍ରା ଗ୍ରାମର ଶିୟାରାମ ସିଂଙ୍କ ପୁତ୍ର ଗୁଡୁ ସିଂ ଓ ସୁରଲମାନପୁର ଗ୍ରାମର ଅଞ୍ଚନି କୁୁୁମାର ତିୱାରୀଙ୍କ ପୁତ୍ର ଅଜାଦ୍ କୁମାର ତିୱାରୀ । ଏମାନଙ୍କୁ ପ୍ରଥମେ ସେନା ବିଭାଗର ଅଧିକାରୀ ମାନେ ପଚରା ଉଚରା କରିବା ପରେ ସେମାନେ ତାଙ୍କ ଦୋଷ ସ୍ୱୀକାର କରିଥିବା ଓ ଜଣେ ବ୍ୟକ୍ତି ସେମାନଙ୍କ ଠାରୁ ୨୫ହଜାର ଟଙ୍କା ଲେଖାଏଁ ନେଇ ଏହି ଜାଲ ସାଟିଫିକେଟ ଦେଇଥିବା ସେମାନେ ପୋଲିସ ଆଗରେ ସ୍ୱିକାର କରିଛନ୍ତି । ସେନାବାହିନୀ ତରଫରୁ ଉକ୍ତ ୭ଜଣ ଯୁବକଙ୍କୁ ପାରାଦ୍ୱୀପ ପୋଲିସକୁ ହସ୍ତାନ୍ତର କରାଯିବା ପରେ ସେମାନଙ୍କୁ ଥାନାରେ ଅଟକ ରଖାଯାଇ ଚଦନ୍ତ ଆରମ୍ଭ କରାଯାଉଥିବା ଥାନାଅôଧିକାରୀ ରଜନୀକାନ୍ତ ସାମଲ ପ୍ରକାଶ କରିଛନ୍ତି । ଏହି ଜାଲ ପ୍ରମାଣ ପତ୍ର ପଛରେ ନିଶ୍ଚିତ ଏକ ରାଜ୍ୟବାହାର ର ର‌୍ୟାକେଟ୍ କାମ କରୁଥିବା ଅନୁମାନ କରାଯାଉଛି ।