ଧମେନ୍ଦ୍ରଙ୍କ ବାହାପିଆ ପ୍ରତିଶ୍ରୁତି: ନିରଞ୍ଜନ
ଧମେନ୍ଦ୍ରଙ୍କ ବାହାପିଆ ପ୍ରତିଶ୍ରୁତି: ନିରଞ୍ଜନ
admin
Apr 16, 2019 - 09:37
Updated: Apr 16, 2019 - 09:37
ଭୁବନେଶ୍ୱର: ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ରରେ ୫ ବର୍ଷ ଶାସନ କରିଥିବା ଏନଡିଏ ସରକାରଙ୍କ ସମୟରେ ଅଚ୍ଛେ ଦିନର ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ହୋଇଛି । ଦେଶର ଅଖଣ୍ଡତା ଓ ସମ୍ବିଧାନର ସୁରକ୍ଷା ପ୍ରତି ବିପଦ ଘନେଇ ଆସିଛି । ଜାତି, ଧର୍ମ ନାମରେ ବିଜେପି ଜନସାଧରଣଙ୍କ ମଧ୍ୟରେ ବିଭେଦ ଓ ବିଭାଜନ ସୃଷ୍ଟି କରୁଛି । ନିର୍ବାଚନ ବୈତରଣୀ ପାର ହେବାପାଇଁ ନରେନ୍ଦ୍ର ମୋଦୀ କେନ୍ଦ୍ରରେ ମିଛ କହୁଥିବାବେଳେ ରାଜ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଟଙ୍କାରେ ଚାଉଳ,ଡାଲି,ଲୁଣ ଦେବା କହି ମିଛୁଆ ବାହାପିଆଙ୍କ ଶ୍ରେଷ୍ଠ ନିଦର୍ଶନ ଦେଇଛନ୍ତି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।
ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ନିଜକୁ ଚୌକିଦାର ବୋଲି ପ୍ରଚାର କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଫେଲ ଦୁର୍ନୀତିରେ ସଂପୃକ୍ତ ଅଛନ୍ତି । ମୋଦୀ ରାଫେଲ ଦୁର୍ନୀତିରେ ସଂପୃକ୍ତ ଅଛନ୍ତି ।ମୋଦୀ ଫାନ୍ସ କମ୍ପାନୀଠାରୁ ରାଫେଲ ଯୁଦ୍ଧ ବିମାନ କିଣିବା ଏବଂ ତାହାକୁ ଅନିଲ ଅମ୍ବାନିଙ୍କ କମ୍ପାନୀ ଦ୍ୱାରା ତିଆରି କରିବାକୁ ଏକତରଫା ଭାବେ ନିଷ୍ପତି ନେବାରୁ ରାଫେଲ ଦଲାଲଗିରିର ସ୍ପଷ୍ଟ ପ୍ରମାଣ ମିଳୁଛି । ଫ୍ରାନ୍ସ ସରକାର ଅନିଲ ଅମ୍ବାନିଙ୍କ ଦୂରସଂଚାର କମ୍ପାନୀ ରିଲାଏନ୍ସ ଆଟଲାଂଟିକ ଫ୍ଲାଗ ଫ୍ରାନ୍ସକୁ ୧୬୨.୬ ନିୟୁତ ୟୁରୋ ପରିମାଣର ଟିକସ ଛାଡ କରିଦେଲେ । ଅଥଚ ଦେଶରେ ସବୁ କ୍ଷେତ୍ରରେ ଅବହେଳିତ ହୋଇ ଆତ୍ମହତ୍ୟା କରୁଥିବା ଚାଷୀଙ୍କୁ ସୁରକ୍ଷା ଦେବାକୁ ମୋଦୀଙ୍କ ସରକାର କୌଣସି ପଦକ୍ଷେପ ନେଇପାରଲେ ନାହିଁ କାହିଁକି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।