ଜୁଲାଇ ୨୧ରେ ହେବ ସ୍ପେସାଲ ଓଜେଇଇ

ଜୁଲାଇ ୨୧ରେ ହେବ ସ୍ପେସାଲ ଓଜେଇଇ

ଜୁଲାଇ ୨୧ରେ ହେବ  ସ୍ପେସାଲ ଓଜେଇଇ
ଭୁବନେଶ୍ୱର: ଜୁଲାଇ ୨୧ରେ ସ୍ପେସାଲ ଓଜେଇଇ ପରୀକ୍ଷା କରାଯିବ । ପରୀକ୍ଷା ଦେବା ପାଇଁ ଆବେଦନ ତାରିଖ ଜୁନ ୩୦ରୁ ଜୁଲାଇ ୭ ତାରିଖ ରଖାଯାଇଛି । ଜୁଲାଇ ୧୫ ତାରିଖରେ ଆଡମିଟ୍ କାର୍ଡ ମିଳିବ । ଜୁଲାଇ ୨୫ ତାରିଖରେ ପରୀକ୍ଷା ଫଳ ପ୍ରକାଶ ପାଇବ । ତେବେ ବିଭିନ୍ନ କଲେଜରେ ଅନେକ ପାଠ୍ୟକ୍ରମ ପାଇଁ ଶତାଧିକ ସିଟ୍ ଖାଲି ରହିଛି । ଯାହା କଲେଜ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢାଇଦେଇଛି । ଯାହାକୁ ନଜରରେ ରଖି ସ୍ୱତନ୍ତ୍ର ଓଜେଇଇ ହେବା ନେଇ ତାରିଖ ଧାର୍ଯ୍ୟ କରାଯାଇଛି । ଯେଉଁ ଛାତ୍ରଛାତ୍ରୀମାନେ କୌଣସି କାରଣରୁ ପ୍ରଥମ ଓଜେଇଇରେ ଭାଗ ନେଇ ନାହାନ୍ତି କିମ୍ବା କାଉନସେଲିଂରେ ସାମିଲ ହୋଇପାରି ନାହାନ୍ତି ସେମାନେ ଏହି ସ୍ୱତନ୍ତ୍ର ଓଜେଇଇ ଦେଇପାରିବେ ।