ବିଧାୟକଙ୍କ ଘରେ ଲଗାଇଦେଲେ ନିଆଁ

ବିଧାୟକଙ୍କ ଘରେ ଲଗାଇଦେଲେ ନିଆଁ

ବିଧାୟକଙ୍କ ଘରେ ଲଗାଇଦେଲେ ନିଆଁ
ଭୁବନେଶ୍ୱର : କେତେ ସୁରକ୍ଷିତ ଆମ ରାଜଧାନୀ ? ବିଗତ କିଛି ଦିନ ଧରି ଏମିତି ପ୍ରଶ୍ନ ଉଙ୍କି ମାରୁଥିବାବେଳେ ତାହାର ଉତର ମିଳିଛି । ବିଧାୟକ କଲୋନୀରେ ବିଧାୟକଙ୍କ ଘରେ ଦୁର୍ବୃତମାନେ ନିଆଁ ଲଗାଇ ଦେଇଛନ୍ତି । କିଏ ଲଗାଇଛି, କାହିଁକି ଲଗାଇଛି ତା’ର ଟେର ମଧ୍ୟ ମିଳିପାରିନାହିଁ । ବିଧାୟକ କଲୋନୀରେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କର କ୍ୱାର୍ଟର ରହିଛି । ତେବେ ଗତ କାଲି ରାତିରେ ତାଙ୍କ ଘରେ କେହି ନିଆଁ ଲଗାଇ ଦେଇଥିବା ଜାଣିବାକୁ ମିଳିଛି । ଫଳରେ ଦୁଇଟି କାର, ଦୁଇଟି ବାଇକ ଓ ଦୁଇଟି ସାଇକେଲ ଜଳିଯାଇଛି । ପୂର୍ବ ଶତ୍ରୁତା କାରଣରୁ ଏଭଳି କେହି କରିଥିବା ସନେ୍ଦହ କରାଯାଉଛି । ପୁଲିସ ଏନେଇ ଛାନଭିନ ଆରମ୍ଭ କରିଦେଇଛି । ଭୁବେନଶ୍ୱର ଡିସିପି ଓ ସାଇଂଟଫିକ ଟିମ ଏନେଇ ତଦନ୍ତ ଆରମ୍ଭ କରିଥିବା ଜାଣିବାକୁ ମିଳିଛି । ତେବେ ରାଜଧାନୀର ହାଇ ସିକୁ୍ୟରିଟ ଜୋନରେ ବିଧାୟକ କଲୋନୀରେ ପଶି ବିଧାୟକଙ୍କ ଘରେ ନିଆଁ ଲଗାଇଦେବା ଘଟଣାରୁ ଆମ ରାଜଧାନୀ କେତେ ସୁରକ୍ଷିତ ତାହା ସ୍ପଷ୍ଟ ବାରି ହୋଇପଡ଼ୁଛି ।