ହଜାରେ ଟଙ୍କା ପାଇଁ ହତ୍ୟାକାରୀ ସାଜିଲା ସାଙ୍ଗ

ହଜାରେ ଟଙ୍କା ପାଇଁ ହତ୍ୟାକାରୀ ସାଜିଲା ସାଙ୍ଗ

ହଜାରେ ଟଙ୍କା ପାଇଁ ହତ୍ୟାକାରୀ ସାଜିଲା ସାଙ୍ଗ
ବ୍ରହ୍ମପୁର : ଟଙ୍କା ନେଲା ଜୀବନ । ଟଙ୍କା ପାଇଁ ଜଣେ ସାଙ୍ଗ ଆଉ ଜଣେ ସାଙ୍ଗକୁ ହତ୍ୟା କରିଥିଲେ। ଏଭଳି ଦୁର୍ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର । ବ୍ରହ୍ମପୁର ଗୋଳନ୍ଥରା ଥାନା ସୁବାଣି ଗାଁରେ ହଜାରେ ଟଙ୍କା ପାଇଁ ସାଙ୍ଗକୁ ହତ୍ୟା କରିଛି ସାଙ୍ଗ । ମୃତକ ହେଲେ ଏସ୍. ସତ୍ୟମ୍ । ସୂଚନା ଅନୁସାରେ ସୁବାଣି ଗାଁର ଏସ୍. ସତ୍ୟମ ଓ ବଇରୀ ସେଠୀଙ୍କ ମଧ୍ୟରେ ଟଙ୍କାକୁ ନେଇ ବଚସା ହୋଇଥିଲା । ବଚସା ଉଗ୍ର ରୂପ ନେଇଥିଲା ଫଳରେ ବଇରୀ ଉତକ୍ଷିପ୍ତ ହୋଇ ଏ. ସତ୍ୟମଙ୍କୁ ଆକ୍ରମଣ କରିଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଛି । ଘଟଣାରେ ଅଭିଯୁକ୍ତ ବଇରୀ ସେଠୀକୁ ଅଟକ ରଖିଛି ପୋଲିସ । ଘଟଣାସ୍ଥଳରେ ଗୋଳନ୍ଥରା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।