ଜାଣନ୍ତୁ ରାଜ୍ୟ କ୍ୟାବିନେଟରେ କଣ ନିଷ୍ପତି ନିଆଗଲା

ଜାଣନ୍ତୁ ରାଜ୍ୟ କ୍ୟାବିନେଟରେ କଣ ନିଷ୍ପତି ନିଆଗଲା

ଜାଣନ୍ତୁ  ରାଜ୍ୟ କ୍ୟାବିନେଟରେ କଣ ନିଷ୍ପତି ନିଆଗଲା
ଭୁବନେଶ୍ୱର:ରାଜ୍ୟ କ୍ୟାବିନେଟ ବୈଠକରେ ୬ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ରାଜ୍ୟ ପରିବହନ ନିଗମର ଆର୍ଥିକ ପୁନର୍ବିନ୍ୟାସ ହେବ । ନିଗମ ଓ ସରକାରଙ୍କ ମଧ୍ୟରେ ଥିବା ବକେୟା ସବୁଦିନ ପାଇଁ ସମାଧାନ ହୋଇଯିବ । ସରକାରଙ୍କ ଉପରେ ଥିବା ନିଗମର ୭୭.୪୪ କୋଟି ଟଙ୍କା ଛାଡ କରାଯିବ ବୋଲି ନିଷ୍ପତି ନିଆଯାଇଛି । ରାଜ୍ୟରେ ମାରିଟାଇମ୍ ବୋର୍ଡ ଗଠନ ହେବ, ଆର୍ଥିକ କ୍ଷମତା ରହିବ । ୧୨ ଜଣିଆ ବୋର୍ଡର ଅଧ୍ୟକ୍ଷ ରହିବେ ମୁଖ୍ୟ ଶାସନ ସଚିବ । କ୍ଷୁଦ୍ର ବନ୍ଦରର ନିର୍ମାଣ ରକ୍ଷଣାବେକ୍ଷଣ ଓ ପରିଚାଳନା ବୋର୍ଡ କରିବ । ଶ୍ରୀମନ୍ଦିର ଚାରିପଟୁ ୭୫ ମିଟର ଯାଏ ଜବରଦଖଲ ମୁକ୍ତ କରାଯିବାକୁ ନିଷ୍ପତି ନିଆଯାଇଛି ।କଟକ ଆଠଗଡ଼ର ଗୋପବନ୍ଧୁ ବିଜ୍ଞାନ କଲେଜ ପାଇଁ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି। କଲେଜ ଜମିର ଷ୍ଟାମ୍ପ ଦେୟ ଓ ପଞ୍ଜୀକରଣ ଦେୟ ଛାଡ଼ କରାଯିବ। ପୋଲିସ ସେବା ଆଇନ-୨୦୧୩ରେ ସଂଶୋଧନକୁ କ୍ୟାବିନେଟ୍ ଅନୁମୋଦନ ଦେଇଛି। ଫଳରେ ଯୋଗ୍ୟ ଓପିଏସଙ୍କୁ ଓପିଏସ(ଏସଏଜି) ପାହ୍ୟାରେ ନିଯୁକ୍ତ ଦିଆଯାଇ ପାରିବ।