ଏନଆଇଟି କ୍ୱାର୍ଟର୍ସରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର

ଏନଆଇଟି କ୍ୱାର୍ଟର୍ସରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର

ଏନଆଇଟି କ୍ୱାର୍ଟର୍ସରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର
ରାଉରକେଲା:ଏନଆଇଟି ପରିସର କ୍ୱାର୍ଟର୍ସରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଏନଆଇଟି ର ସରକାରୀ ପ୍ରଫେସର ଆର.ଜଲାନ ଓ ତାଙ୍କ ପତ୍ନୀ । ଆର. ଜଲାନ ଲାଇଫ୍ ସାଇନ୍ସ ବିଭାଗର ସହକାରୀ ପ୍ରଫେସର ଥିଲେ । ସରକାରୀ ପ୍ରଫେସରଙ୍କ ଘର ଭିତର ପଟୁ ୨ ଦିନ ହେଲା ବନ୍ଦ ଥିଲା । ଖବର ପାଇ ପୋଲିସ କ୍ୱାର୍ଟର୍ସରୁ ମୃତଦେହ ଉଦ୍ଧାର କରିଥିଲେ । କ୍ୱାର୍ଟର୍ସ ଖୋଲିବା ପରେ ଦମ୍ପତି ମୃତଦେହ ମିଳିଥିଲା । ପ୍ରଫେସରଙ୍କ ବୟସ ୩୮ ଓ ପତ୍ନୀଙ୍କ ବୟସ ୩୫ ହେବ ବୋଲି ସୂଚନା ମିଳିଛି ।