କନ୍ଧମାଳରେ ମାଓବାଦୀ ପୋଷ୍ଟର

କନ୍ଧମାଳରେ ମାଓବାଦୀ ପୋଷ୍ଟର

କନ୍ଧମାଳରେ ମାଓବାଦୀ ପୋଷ୍ଟର
ନିର୍ବାଚନ ତାରିଖ ଘୋଷଣା ହେବା ପରେ କନ୍ଧମାଳ ଜିଲ୍ଲାରେ ଲାଲବାହିନୀ ପୋଷ୍ଟର ଓ ବ୍ୟାନର ଲଗାଇଛନ୍ତି। ବାଲିଗୁଡ଼ା ଥାନା ପରମପଙ୍ଗା ପଞ୍ଚାୟତର ସୁକୁଙ୍ଗିଆ ବିଦ୍ୟାଳୟ ନିକଟରେ ବୁଧବାର ସକାଳେ ସିପିଆଇ(ମାଓବାଦୀ) ବାଘୁନା ଡିଭିଜନାଲ କମିଟି ପକ୍ଷରୁ ପୋଷ୍ଟର ଓ ବ୍ୟାନର ଲଗାଯାଇଥିବା ଦେଖିବାକୁ ମିଳିଛି। ଉକ୍ତ ପୋଷ୍ଟର ଓ ବ୍ୟାନରେ ଆସନ୍ତା ନିର୍ବାଚନକୁ ବର୍ଜନ କରିବାକୁ ଆହ୍ବାନ ଦିଆଯାଇଛି। ଏ ନେଇ ଅଞ୍ଚଳରେ ଆତଙ୍କର ବାତାବରଣ ଦେଖାଦେଇଛି।