ଭଦ୍ରକରେ ଗ୍ୟାସ୍ ଟ୍ୟାଙ୍କର ଦୁର୍ଘଟଣା

ଭଦ୍ରକରେ ଗ୍ୟାସ୍ ଟ୍ୟାଙ୍କର ଦୁର୍ଘଟଣା

ଭଦ୍ରକରେ ଗ୍ୟାସ୍ ଟ୍ୟାଙ୍କର ଦୁର୍ଘଟଣା
ଭଦ୍ରକ : ୧୬ ନଂବର ଜାତୀୟ ରାଜପଥ ରାହାଂଚ ଛକ ନିକଟରେ ଗ୍ୟାସ୍ ଲିକ୍ କାରଣରୁ ପ୍ରାୟ ୧୨ ଘଂଟାରୁ ଅଧିକ ସମୟ ଧରି ବନ୍ଦ ରହିଥିବା ଗାଡି ଚଳାଚଳ ସ୍ୱଭାବିକ ହୋଇଛି । ଗ୍ୟାସ୍ ବୋଝେଇ ଟ୍ୟାଙ୍କର ଦୁର୍ଘଟଣାର ଶିକାର ହେବା ପରେ ଏଥିରୁ ଗ୍ୟାସ୍ ଲିକ୍ ହେବା ଆରମ୍ଭ କରିଥିଲା । ଗ୍ୟାସ୍ ଲିକ୍ କାରଣରୁ ଶୁକ୍ରବାର ରାତିରୁ ରାହାଂଚ ଛକ ଓ ଆଖପାଖ ଅଂଚଳରେ ଆତଙ୍କ ଖେଳିଯାଇଥିଲା । ପୁରା ଅଂଚଳକୁ ଗ୍ୟାସ୍ ବ୍ୟାପିବା ପରେ ବିଦ୍ୟୁତ୍ କାଟ୍ କରାଯିବା ସହିତ ରୋଷେଇ ବନ୍ଦ ରଖିବାକୁ ନିବେଦନ କରିଥିଲା ପ୍ରଶାସନ । ଭଦ୍ରକ ଗ୍ରାମାଂଚଳ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚି ଗ୍ୟାସ୍ ଲିକ୍ ବନ୍ଦ କରିବାକୁ ଉଦ୍ୟମ କରିଥିଲା । ଏହା ବନ୍ଦ ନହେବାରୁ ବାଲେଶ୍ୱର ଓ କଟକରୁ ସ୍ପେଶାଲ ଟିମ୍ ଉଦ୍ୟମ କରି ଗ୍ୟାସ୍ ଲିକ୍ ବନ୍ଦ କରିଥିଲେ ।