ପଂଚ ଭୂତରେ ବିଲୀନ ହେଲା ଅଜିତ୍ ସାହୁଙ୍କ ମରଶରୀର

ପଂଚ ଭୂତରେ ବିଲୀନ ହେଲା ଅଜିତ୍ ସାହୁଙ୍କ ମରଶରୀର

ପଂଚ ଭୂତରେ ବିଲୀନ ହେଲା ଅଜିତ୍ ସାହୁଙ୍କ ମରଶରୀର
ଢେଙ୍କାନାଳ: ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା ଓଡ଼ିଆ ଯବାନ ଅଜିତ କୁମାର ସାହୁଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ଭୁବନେଶ୍ୱରରେ ଗାର୍ଡ ଅଫ ଅନର ଦିଆଯିବା ପରେ ଅଜିତଙ୍କ ପାର୍ଥୀବ ଶରୀର ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ବଡ଼ସୁଆଁଳ ଗାଁକୁ ନିଆଯାଇଥିଲା । ଆଜି ସହିଦ ଅଜିତ ସାହୁଙ୍କ ମରଶରୀର ତାଙ୍କ ଜନ୍ମମାଟି ଢେଙ୍କାନାଳରେ ପହଂଚିଥିଲା । ପରେ ସେଠାରେ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । ତାଙ୍କ ଶେଷ ଦର୍ଶନ ପାଇଁ ଜନ ସମୁଦ୍ର ଦେଖାଯାଇଥିଲା । ସାରା ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ପ୍ରକାଶ ଯୋଗ୍ୟ, ଅନନନ୍ତାଗରେ ସୋମବାର ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଅଜିତ୍‌ ଶହୀଦ ହୋଇଥିଲେ। ୨୦୧୫ରେ ସେ ଭାରତୀୟ ସେନାବାହିନୀରେ ଯୋଗ ଦେଇଥିଲେ। ମଙ୍ଗଳବାର ସେ ଶହୀଦ ହୋଇଥିବା ନେଇ ଘରକୁ ଫୋନ୍‌ ଆସିବା ପରେ ପରିବାର ତଥା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତେବେ ବିମାନରେ ଯାନ୍ତ୍ରିକ ତ୍ରୁଟି କାରଣରୁ ତାଙ୍କ ମରଶରୀର ଓଡ଼ିଶା ଆସିବାରେ ବିଳମ୍ବ ହୋଇଥିଲା।