୧୩ରୁ ବିଧାନସଭାର ଶୀତ ଅଧିବେଶନ

୧୩ରୁ ବିଧାନସଭାର ଶୀତ ଅଧିବେଶନ

୧୩ରୁ ବିଧାନସଭାର ଶୀତ ଅଧିବେଶନ
ଭୁବନେଶ୍ୱର: ଆସନ୍ତା ନଭେମ୍ବର ୧୩ ତାରିଖରୁ ଆରମ୍ଭ ହେବ ବିଧାନସଭା । ବିଧାନସଭାର ଏ ଶୀତ ଅଧିବେଶନ ଡିସେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଏ ଅଧିବେଶନରେ ସରକାର ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ ଆଗତ ହେବ । ଏହି ଅଧିବେଶନରେ ୩୦ଟି କାର୍ଯ୍ୟ ଦିବସ ରହିବ । ଗୁରୁବାର ରାଜ୍ୟପାଳ ଏହି ଅଧିବେଶନ ପାଇଁ ଅନୁମୋଦନ କରିବା ପରେ ବିଧାନସଭା ପକ୍ଷରୁ ବିଧିବଦ୍ଧଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । କାର୍ଯ୍ୟସୂଚୀ ଅନୁସାରେ ଅଧିବେଶନର ପ୍ରଥମ ଦିନ ଆର୍ଥାତ ୧୩ରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ଅତିରିକ୍ତ ବଜେଟ ଆଗତ କରିବେ । ଏ ବଜେଟ ନେଇ ତିନି ଦିନ ଗୃହରେ ଆଲୋଚନା ହେବ । ୨୫ରେ ଗୃହରେ ବ୍ୟୟମଞ୍ଜୁରୀ ବିଲ ଆଗତ କରାଯିବ । ୩୦ଟି କାର୍ଯ୍ୟ ଦିବସରୁ ୫ଟି ବେସରକାରୀ ଓ ୨୫ଟି ସରକାରୀ କାର୍ଯ୍ୟ ଦିବସ ରହିଛି । ଏହି ଅଧିବେଶନରେ ସରକାର କିଛି ଗୁରୁତ୍ୱପୂର୍ଣ୍ଣ ଆଗତ କରିପାରନ୍ତି ବୋଲି ସୂଚନା ମିଳିଛି ।