୧୪ ଜିଲ୍ଲାକୁ ବଜ୍ରପାତ ସର୍ତକ ସୂଚନା

୧୪ ଜିଲ୍ଲାକୁ ବଜ୍ରପାତ ସର୍ତକ ସୂଚନା

୧୪  ଜିଲ୍ଲାକୁ ବଜ୍ରପାତ ସର୍ତକ ସୂଚନା
ଭୁବନେଶ୍ୱର : ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ୧୪ଟି ଜିଲ୍ଲାକୁ ସର୍ତକ ସୂଚନା ଜାରି କରାଯାଇଛି । ଅପରାହ୍ନ ୪ ଟା ଯାଏଁ ସର୍ତକ ରହିବାକୁ ପରାମର୍ଶ ଦିଆଯାଇଛି । ପ୍ରବଳ ଧୂଳିଝଡ, ବଜ୍ରପାତ ସହ ହାଲକା ବର୍ଷା ହେବାର ସମ୍ଭାବନା ରହିଛି । ଝଡ ବର୍ଷା ସମୟରେ ୩୦ରୁ ୪୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି । ବଜ୍ରପାତ ହେବା ସମୟରେ ଘରୁ ନ ବାହାରିବାକୁ ସର୍ତକ କରାଇ ଦିଆଯାଇଛି । ପାଣିପାଗ ବିଭାଗ ସୂଚନା ଅନୁଯାୟୀ କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଅନୁଗୁଳ, କନ୍ଧମାଳ, କଟକ, ଖୋର୍ଦ୍ଧା, ନୟାଗଡ, ପୁରୀ, ଭଦ୍ରକ, ଢେଙ୍କାନାଳ , କେନ୍ଦୁଝର, ଗଜପତି ଓ ଗଞ୍ଜାମ ଜିଲ୍ଲା ପାଇଁ ସର୍ତକ ସୂଚନା ଜାରି କରାଯାଇଛି ।