ସରକାରଙ୍କୁ ଘେରିଲା ବିଜେପି
ସରକାରଙ୍କୁ ଘେରିଲା ବିଜେପି
admin
Jun 20, 2019 - 07:41
Updated: Jun 20, 2019 - 07:41
ଭୁବନେଶ୍ୱର: ନେତା ଓ ମନ୍ତ୍ରୀଙ୍କ ପାଇଁ ଗୋଟିଏ ଆଇନ, ସାଧାରଣ ଲୋକଙ୍କ ପାଇଁ ଅଲଗା । ସାଂସଦ ଅନୁଭବ ମହାନ୍ତିଙ୍କ ନାମରେ ଜଣେ ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ମାମଲାରେ ପ୍ରତିକ୍ରିୟା ରଖି ଏହା କହିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ।
ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି ଯେ, ଅନୁଭବଙ୍କ ବିରୋଧରେ ଅଭିଯୋଗ ସତ୍ୱେ ପୁଲିସ ତଦନ୍ତ କାହିଁକି କରୁନି । ଯିଏ ଅଭିଯୋଗ କରୁଛି, ପୁଲିସ ଓଲତା ତା ଉପରେ ଅତ୍ୟାଚାର କରୁଛି ।
ସେହିପରି ଜଣେ ଯନ୍ତ୍ରୀଙ୍କୁ ଉଠବସ କରାଇବା ଘଟଣାରେ ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ବର୍ତ୍ତମାନ ସୁଦ୍ଧା ଗିରଫ କରାନଯିବା ନେଇ ଶ୍ରୀମତୀ ସାମନ୍ତସିଂହାର ଉଭୟ ପୁଲିସ ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାୟକ ଶ୍ରୀ ମେହେରଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି । ଜାଣିଶୁଣି ବେଲ ପାଇଁ ସମୟ ଦେଉଛନ୍ତି । ପୂର୍ବରୁ ବି ଅନେକ ଅପରାଧୀଙ୍କୁ ମୁଖ୍ୟମନ୍ତ୍ରୀ ଘଣ୍ଟ ଘୋଡ଼ାଇଛନ୍ତି । ଆମେ ପୂର୍ବରୁ ବି ବିଧାୟକଙ୍କ ଗିରଫ ଦାବି କରିଥିଲୁ । କିନ୍ତୁ କିଛି ହୋଇନି ବୋଲି ସେ କହିବା ସହ ତୁରନ୍ତ ବିଧାୟକଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ।