୪.୮୫ ଲକ୍ଷ ଟଙ୍କା ଲୁଟ

୪.୮୫ ଲକ୍ଷ ଟଙ୍କା ଲୁଟ

୪.୮୫ ଲକ୍ଷ ଟଙ୍କା ଲୁଟ
କଣ୍ଟାବାଞ୍ଜି: ସ୍ପଷ୍ଟ ଦିବାଲୋକରେ ଜଣେ ବ୍ୟବସାୟୀଙ୍କ ଠାରୁ ୪.୮୫ ଲକ୍ଷ ଟଙ୍କା ଲୁଟ ହୋଇଛି । ବ୍ୟାଙ୍କରୁ ଟଙ୍କା ଉଠାଇ ସ୍କୁଟିରେ ଘରକୁ ଯାଉଥିବାବେଳେ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ବ୍ୟବସାୟୀଙ୍କ କଣ୍ଟାବାଞ୍ଜି ଘର ପାଖରୁ ପଲସରରେ ଆସି ୨ ଜଣ ଦୁର୍ବୃତ୍ତ ଉକ୍ତ ଟଙ୍କା ଲୁଟି ନେଇଛନ୍ତି । ସମ୍ପୃକ୍ତ ବ୍ୟବସାୟୀ ଜଣକ କଣ୍ଟାବାଞ୍ଜି ଏସବିଆଇ ଶାଖାରୁ ଟଙ୍କା ଉଠାଇ ଘରକୁ ଫେରିବା ବେଳେ ଏହି ଲୁଟ ହୋଇଛି । ଏନେଇ ବ୍ୟବସାୟୀ ଜଣକ କଣ୍ଟାବାଞ୍ଜି ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛନ୍ତି ।