ମଠ ଭଙ୍ଗା ପାଇଁ ଷଡ଼ଯନ୍ତ୍ର ହେଉଛି: ଶଙ୍କରାଚାର୍ଯ୍ୟ
ମଠ ଭଙ୍ଗା ପାଇଁ ଷଡ଼ଯନ୍ତ୍ର ହେଉଛି: ଶଙ୍କରାଚାର୍ଯ୍ୟ
admin
Aug 31, 2019 - 09:05
Updated: Aug 31, 2019 - 09:05
ପୁରୀ: ପୁରୀରେ ମଠ ଭଙ୍ଗା ପାଇଁ ଷଡ଼ଯନ୍ତ୍ର ହେଉଛି । ମଠ ପରିଚାଳନା ସ୍ୱତନ୍ତ୍ରଭାବେ ହେବା ଉଚିତ । ନିର୍ଦ୍ଧିଷ୍ଟ ଯୋଜନା ଅନୁଯାୟୀ ଉଚ୍ଛେଦ କାର୍ଯ୍ୟ କରାଯାଉନାହିଁ । ଏଭଳି କହିଛନ୍ତି ଶଙ୍କରାଚାର୍ଯ୍ୟ ନିଶ୍ଛଳାନନ୍ଦ ସରସ୍ୱତୀ । ପୁରୀରେ ଉଚ୍ଛେଦ ଅଭିଯାନ ପ୍ରସଙ୍ଗକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ନିଜ ପ୍ରତିକ୍ରିୟା ରଖି ଶଙ୍କରାଚାର୍ଯ୍ୟ କହିଛନ୍ତି । ଏହି ଅବସରରେ ଶଙ୍କରାଚାର୍ଯ୍ୟ ସରକାରଙ୍କ ଉପରେ ବର୍ଷିବା ସହ ନିଜର କ୍ଷୋଭ ପ୍ରକାଶ କରିଛନ୍ତି ।
ସେ କହିଛନ୍ତି ଯେ, ସେକୁଲାର ବ୍ୟବସ୍ଥାରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ନହେଉ । ପୂର୍ଣ୍ଣ ଧାର୍ମିକ ବିଧି ବ୍ୟବସ୍ଥାରେ ଶ୍ରୀମନ୍ଦିର ପରିଚାଳିତ ହେଉ । ଏହି ଅବସରରେ ବିପି ଦାସ କମିଶନ କାହିଁକି ମୋର ପରାମର୍ଶ ନେଲେ ନାହିଁ ବୋଲି ଶଙ୍କରାଚାର୍ଯ୍ୟ ପ୍ରଶ୍ନ କରିଛନ୍ତି । ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେବା ତାଙ୍କର କ’ଣ ଦାୟିତ୍ୱ ନଥିଲା କି? ଖାଲି ସେତିକି ନୁହେଁ କେଉଁ ଶାସନତନ୍ତ୍ର ତାଙ୍କୁ ଶଙ୍କରାଚାର୍ଯ୍ୟ ପାଖକୁ ଆସିବାକୁ ରୋକିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଏହାର ବିଧିବଦ୍ଧ ତଦନ୍ତ ହେଉ । ଏନେଇ ଏକ ଯାଞ୍ଚ ସମତି ଗଠନ ହେଉ ବୋଲି ସେ ଦାବି କରିଛନ୍ତି ।
ଏପରିକି ମୋର ବିଶେଷ ଅଧିକାର ବଳରେ କମିଶନଙ୍କ ରିପୋର୍ଟକୁ ଅବୈଧ ଘୋଷଣା କରୁଛି ବୋଲି ସେ କହିଥିଲେ । କମିଶନଙ୍କ ରିପୋର୍ଟ ଷଡ଼ଯନ୍ତ୍ର ପୂବର୍ଣ୍ଣ ବୋଲି ସୁପ୍ରିମକୋର୍ଟ ବୁଝନ୍ତୁ । ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ କୁ୍ୟରିଙ୍କ ପଦକ୍ଷେପଙ୍କୁ ମଧ୍ୟ ଶଙ୍କରାଚାର୍ଯ୍ୟ ନିନ୍ଦା କରିଛନ୍ତି । ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେବା ଆମିକସ କୁ୍ୟରିଙ୍କ ଦାୟିତ୍ୱ ନଥିଲା କି ବୋଲି ସେ ପ୍ରଶ୍ନ କରିଛନ୍ତି ।
ସେହିପରି ଶ୍ରୀମନ୍ଦିରର ପୂର୍ବ ପ୍ରଶାସକଙ୍କ ଉପରେ ମଧ୍ୟ ଶଙ୍କରାଚାର୍ଯ୍ୟ ବର୍ଷିଛନ୍ତି । ନାମ ନନେଇ ସେ ସୁରେଶ ମହାପାତ୍ରଙ୍କୁ କଡ଼ା ସମାଲୋଚନା କରିଛନ୍ତି । ଶଙ୍କରାଚାର୍ଯ୍ୟ ପଦ ଅପମାନ ସାରା ବିଶ୍ୱବାସୀଙ୍କୁ ଅପମାନ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି ।