ମତଦାନ କେନ୍ଦ୍ର ନିକଟରେ ଲ୍ୟାଣ୍ଡମାଇନ ବିସ୍ଫୋରଣ

ମତଦାନ କେନ୍ଦ୍ର ନିକଟରେ ଲ୍ୟାଣ୍ଡମାଇନ ବିସ୍ଫୋରଣ

ମତଦାନ କେନ୍ଦ୍ର ନିକଟରେ ଲ୍ୟାଣ୍ଡମାଇନ ବିସ୍ଫୋରଣ
ରାୟପୁର: ଛତିଶଗଡ଼ର ଏକ ମତଦାନ କେନ୍ଦ୍ର ନିକଟରେ ମାଓବାଦୀମାନେ ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଛନ୍ତି। ଛତିଶଗଡ଼ ନାରାୟଣପୁରର ପରେଶଗାଓଁ ଅଞ୍ଚଳର ଏକ ବୁଥ ନିକଟରେ ଏହି ବିସ୍ଫୋରଣ କରାଯାଇଛି। ମାତ୍ର ଏଥିରେ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି। ନିର୍ବାଚନକୁ ଭଣ୍ଡୁର କରିବା ସହ ଭୋଟରଙ୍କୁ ଭୟଭୀତ କରିବା ଲାଗି ମାଓବାଦୀମାନେ ଏଭଳି ଯୋଜନା କରିଥିବା ସ୍ପଷ୍ଟ ହେଉଛି। ପୂର୍ବରୁ ଛତିଶଗଡ଼ରେ ବିସ୍ଫୋରଣ ଘଟାଇ ବିଜେପିର ଜଣେ ବିଧାୟକଙ୍କୁ ମାଓବାଦୀମାନେ ହତ୍ୟା କରିଥିଲେ। ଏହି ଘଟଣାରେ ବିଧାୟକଙ୍କ ସହିତ ଥିବା ୪ ସୁରକ୍ଷା କର୍ମୀ ମଧ୍ୟ ଶହୀଦ ହୋଇଥିଲେ। ଓଡ଼ିଶାର ମାଲକାନଗିରି, ରାୟଗଡ଼ା, ଗଜପତି, କୋରାପୁଟ ଆଦି ଜିଲା ସମେତ ସୀମାନ୍ତ ଛତିଶଗଡ଼ରେ ମାଓବାଦୀମାନେ ଭୋଟ ବର୍ଜନ ପାଇଁ ଧମକ ଦେଇଆସୁଛନ୍ତି। ନିର୍ବାଚନର ବହୁ ଆଗରୁ ସେମାନେ ପୋଷ୍ଟର ବ୍ୟାନର ଲଗାଇ ଲୋକଙ୍କୁ ଭୟଭୀତ କରିଆସୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।