ଅଂଶୁଘାତରେ ଚାଷୀର ମୃତ୍ୟୁ

ଅଂଶୁଘାତରେ ଚାଷୀର ମୃତ୍ୟୁ

ଅଂଶୁଘାତରେ ଚାଷୀର ମୃତ୍ୟୁ
ଭୁବନେଶ୍ୱର : ଆଜି ବାଲେଶ୍ବର ଜିଲ୍ଲା ଭୋଗରାଇରେ ଅଂଶୁଘାତ ଜନିତ ମୃ୍ତ୍ୟୁ ଘଟିଥିବା ଜଣାପଡିଛି । ଗାଁର ଜଣେ ଚାଷୀ ବିଲକୁ କାମ କରି ଫେରୁଥିବା ବେଳେ ରାସ୍ତାରେ ପଡି ମୃତ୍ୟୁ ହେଇଥିବାର ଜଣାପଡିଛି ।ମୃତକ ଜଣକ ହେଉଛନ୍ତି ଅଜୟ ଘୋଷ । ଆଜି ସକାଳେ ସେ ବିଲରେ କାମ କରୁଥିବାବେଳେ ଅଧିକ ଗରମ ହେବାରୁ ସେ ଘରକୁ ଫେରୁଥିଲେ । କିନ୍ତୁ ରାସ୍ତାରେ ହଠାତ ସଜ୍ଞାହୀନ ହୋଇପଡିଥିଲେ । ତାଙ୍କୁ ସ୍ଥାନୀୟ ଲୋକେ ସଂଗେ ସଂଗେ ଜଳେଶ୍ବରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହା ଅଂଶୁଘାତ ଜନିତ ମୃତ୍ୟୁ ବୋଲି ପ୍ରାଥମିକ ଭାବେ ଡାକ୍ତର ସୂଚନା ଦେଇଛନ୍ତି ।