ଭିଜିଲାନ୍ସ ଜାଲରେ ଏସ୍ଆଇ ନରହରି

ଭିଜିଲାନ୍ସ ଜାଲରେ ଏସ୍ଆଇ ନରହରି

ଭିଜିଲାନ୍ସ ଜାଲରେ ଏସ୍ଆଇ ନରହରି
ବାଲେଶ୍ୱର : ବାଲେଶ୍ୱର ଏସ୍ଆଇ ନରହରି ମାହାଳିକ ଆଜି ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।ହାଇକୋର୍ଟ ମାମଲାରେ ଜଣେ ବ୍ୟକ୍ତିଙ୍କୁ ଜାମିନ ଦେବା ନିମନ୍ତେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଘଟଣାରୁ ଜଣାପଡିଛି ଯେ, ଟାଉନଥାନା ଅଧୀନ ପିଜୁରୁଦ୍ଦିନ ଲେନ୍ ଅଞ୍ଚଳରେ ସକିଲ ଅହମ୍ମଦଙ୍କ ନାମରେ ଏକ ମାମଲା ଥିଲା। ଏହି ମାମଲାରେ ହାଇକୋର୍ଟଙ୍କ ଆଦେଶ ଅନୁସାରେ ଅହମ୍ମଦଙ୍କୁ ରିଲିଜ ନିମନ୍ତେ ଲାଞ୍ଚ ମାଗିଥିଲେ। ଯୋଜନା ମୁତାବକ ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଏସ୍ପିଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଏସ୍ପି ନିର୍ମଳ କୁମାର ମହାନ୍ତି ତାଙ୍କୁ ଗିରଫ କରିଛନ୍ତି।