ଦେଶର ଦ୍ୱିତୀୟ ସ୍ୱଚ୍ଛ ହସ୍ପିଟାଲ ଭୁବନେଶ୍ୱର ଏମ୍‌ସ

ଦେଶର ଦ୍ୱିତୀୟ ସ୍ୱଚ୍ଛ ହସ୍ପିଟାଲ ଭୁବନେଶ୍ୱର ଏମ୍‌ସ

ଦେଶର ଦ୍ୱିତୀୟ ସ୍ୱଚ୍ଛ ହସ୍ପିଟାଲ ଭୁବନେଶ୍ୱର ଏମ୍‌ସ
ଭୁବନେଶ୍ୱର: ସ୍ୱଚ୍ଛତା କ୍ଷେତ୍ରରେ ଭୁବନେଶ୍ୱରଏମ୍‌ସ ଦେଶର ଦ୍ୱିତୀୟ ଶ୍ରେଷ୍ଠ ହସ୍ପିଟାଲରେ ସ୍ଥାନ ପାଇଛି । ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଭୁବନେଶ୍ୱର ଏମ୍ସ ଏହି ଗୌରବ ଅର୍ଜନ କରିଛି । ଏହା ସହିତ ୬ଟି ନୂତନ ଏମ୍ସ ମଧ୍ୟରେ ଭୁବନେଶ୍ୱରରେ ଓପିଡ଼ିରେ ରୋଗୀ ସଂଖ୍ୟା ସର୍ବାଧିକ ରହିଛି । ଏ ନେଇ ଏମ୍ସ ନିର୍ଦ୍ଦେଶକ ମେଡ଼ିକାଲର ଗଭର୍ଣ୍ଣି ବୋର୍ଡ ସଦସ୍ୟା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଜଣାଇଛନ୍ତି । ଭୁବନେଶ୍ୱର ଏମ୍ସ ସ୍ୱଚ୍ଛତା ପାଇଁ ଦେଶରେ ଦ୍ୱିତୀୟ ଶ୍ରେଷ୍ଠ ହସ୍ପିଟାଲ ହୋଇପାରିଛି । ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଭୁବନେଶ୍ୱର ଏମ୍ସ ଏହି ଗୌରବ ଅର୍ଜନ କରିଛି । ଏହା ସହିତ ୬ଟି ନୂତନ ଏମ୍ସ ମଧ୍ୟରେ ଭୁବନେଶ୍ୱରରେ ଓପିଡ଼ିରେ ରୋଗୀ ସଂଖ୍ୟା ସମସ୍ତଙ୍କଠାରୁ ଆଗରେ ରହିଛି । ସାଂସଦ ମଧ୍ୟ ଟ୍ୱିଟ୍‌ କରି ଖୁସି ବ୍ୟକ୍ତ କରିଛନ୍ତି । ସାଂସଦ ଶ୍ରୀମତି ଷଡ଼ଙ୍ଗୀ ଟ୍ୱିଟ୍‌ କରି କହିଛନ୍ତି ଯେ ସ୍ୱଚ୍ଛତା କ୍ଷେତ୍ରରେ ଭୁବନେଶ୍ୱରର ଏମ୍‌ସ ମେଡିକାଲ୍‌ ଦେଶରେ ଦ୍ୱିତୀୟ ହୋଇଥିବାରୁ ସେ ବହୁତ ଖୁସି ଅଛନ୍ତି । ସମଗ୍ର ଦେଶରେ ଥିବା ସମୁଦାୟ ୬ଟି ଏମ୍‌ସ ମଧ୍ୟରୁ ଭୁବନେଶ୍ୱରରେ ଥିବା ଏମ୍ସର ଓପିଡିରେ ସବୁଠାରୁ ଅଧିକ ରୋଗୀ ଭର୍ତ୍ତି ହୋଇଛନ୍ତି । ମେଡ଼ିକାଲର ଗଭର୍ଣ୍ଣିଂ ବୋର୍ଡ ସଦସ୍ୟ ଥିବାରୁ ସେ ଏଥିପାଇଁ ବହୁତ ଖୁସି ଅଛନ୍ତି । ଆହୁରି ଭଲ କରିବାକୁ ଚେଷ୍ଟା କରିବକୁ ବୋଲି ସେ କହିଛନ୍ତି ।