ପହଁରା ଶିଖିବା ହେଲା କାଳ

ପହଁରା ଶିଖିବା ହେଲା କାଳ

ପହଁରା ଶିଖିବା ହେଲା କାଳ
ଭୁବନେଶ୍ୱର: ପହଁରା ହେଲା କାଳ । ଏକ ଘରୋଇ କ୍ଲବ ସୁଇମିଂ ପୁଲରେ ବୁଡି ଛାତ୍ରଙ୍କର ମୃତ୍ୟୁ ହୋଇଛି । ମୃତ ଛାତ୍ର ଜଣଙ୍କ ହେଲେ ସନ୍ଦୀପ ସାହୁ । ତାଙ୍କ ଘର ଡୁମୁଡୁମା ଅଂଚଳର ହୋଇଥିବା ସୂଚନା ମିଳିଛି । ସମର କ୍ୟାମ୍ପରେ ପହଁରା ପ୍ରଶିକ୍ଷଣ ନେଉଥିବା ବେଳେ ବୁଡିଯାଇଥିଲେ । ସନ୍ଦୀପ ପ୍ରଶିକ୍ଷଣ ପାଇଁ ଆଡମିଶନ କରିନଥିବା କହିଛନ୍ତି ପୁଲ ଟ୍ରେନର । ଆହୁରି ମଧ୍ୟ କହିଛନ୍ତି ବିନା ପ୍ରଶିକ୍ଷକରେ ପହଁରୁଥିବାରୁ ବୁଡି ଯାଇଥିଲେ ସନ୍ଦୀପ । ପୁଲ ଟ୍ରେନରଙ୍କ ଏଭଳି କଥାବାର୍ତାକୁ ନେଇ ସନ୍ଦେହ କରୁଛନ୍ତି ମୃତ ସନ୍ଦୀପଙ୍କ ପରିବାର ଲୋକ । ଟ୍ରେନରଙ୍କ କଥାରେ କିଛି ତାଳମେଳ ନଥିବାରୁ ଏହି କାରଣକୁ ନେଇ ପରିବାରଙ୍କ ସନ୍ଦେହ କରାଯାଉଛି ।