ପାରାଦ୍ୱୀପରେ ମୋ ସରକାର କାର୍ଯ୍ୟକ୍ରମ ଶିବିର

ପାରାଦ୍ୱୀପରେ ମୋ ସରକାର କାର୍ଯ୍ୟକ୍ରମ ଶିବିର

ପାରାଦ୍ୱୀପରେ ମୋ ସରକାର କାର୍ଯ୍ୟକ୍ରମ ଶିବିର
ପାରାଦ୍ୱୀପ :(ଲକ୍ଷ୍ମୀନାରାୟଣ ସାହୁ): ପାରାଦ୍ୱୀପ ପୋର୍ଟ କ୍ଳବ ପରିସରରେ ଆଜି ସନ୍ଧ୍ୟାରେ ମୋ ସରକାର କାର୍ଯ୍ୟକ୍ରମର ଏକ ପ୍ରଶିକ୍ଷ୍ୟଣ ଶିବିର ପାଳିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରକାଶ ରଙ୍ଗରାଜନ, ପାରାଦ୍ୱୀପ ଅତିରିକ୍ତ ଆରକ୍ଷୀ ଅଧିକ୍ଷ୍ୟକ ବିଷ୍ଣୁଚରଣ ମିଶ୍ର, ଜଗତସିଂହପୁର ଡିଆଇଜି ଡିଏସ୍ପି ଯୋଗ ଦେଇଥିବା ବେଳେ ପାରାଦ୍ୱୀପର ସମସ୍ତ ଥାନାର ପୋଲିସ କର୍ମଚାରୀ ମାନେ ଯୋଗ ଦେଇଥିଲେ । ଆସନ୍ତା ଅକ୍ଟୋବର ୨ତାରିଖରୁ ମାନୁଆଲ ଏତଲା ପଞ୍ଜିକରଣ ବନ୍ଦ କରାଯାଇଯାଇ ସ୍ୱତନ୍ତ୍ର ଅନଲାଇନ୍ ଯୋଗେ ହେବାକୁ ଯାଉଥିବାବେଳେ କିଭଳି ଏଥିରେ ଏତଲାକାରୀ ମାନଙ୍କୁ ଉତ୍ତମ ବ୍ୟବହାର , ଶିଘ୍ର ନ୍ୟାୟିକ ପ୍ରକି୍ରୟା ଆରମ୍ଭ, ତ୍ୱରିତ କାର୍ଯ୍ୟାନୁଷ୍ଠାନ ଆଦି ବିଷୟରେ ଧ୍ୟ୍ୟାନ ଦେବାକୁ ପଡିବ ସେ ବିଷୟରେ ଅବଗତ କରାଯାଇଥିଲା । ଜିଲ୍ଲା ଓ ରାଜ୍ୟ ସ୍ଥରରେ ଏତଲାକାରୀ ମାନେ ଟେଲିଫୋନ ଯୋଗେ ନିଜ ଅଭିଯୋଗର ବିଳମ୍ବ ପ୍ରକ୍ର୍ରୀୟା ଓ ଉଚିତ୍ ନ୍ୟାୟ ମିଳିବା ଉପରେ ଅଭିଯୋଗ ରହିଥିବାରୁ ସମସ୍ତ ପୋଲିସ କର୍ମଚାରୀ ମାନେ ଆସୁଥିବା ଅଭିଯୋଗ କୁ ନେଇ ବେଶ୍ ଯନ୍ତ୍ରବାନ ହେବା ଓ କି୍ରୟାଶୀଳ ହେବା ଏସି.ପି. ପ୍ରକାଶ ରଙ୍ଗରାଜନ ପରାମର୍ଶ ଦେଇଛନ୍ତି । ଏହି “ମୋ ସରକାର” କାର୍ଯ୍ୟକ୍ଷ୍ୟମ ଫଳରେ ପୋଲିସ କିଭଳି ସାଧାରଣ ଲୋକଙ୍କର ଅଧିକ ଆସ୍ଥାଭାଜନ ହୋଇ ପାରିବ ସେନେଇ ସମସ୍ତେ ନିଜନିଜ ଥାନାରେ ଦାଇତ୍ୱବାନ ହେବାକୁ ଏସପି ମଧ୍ୟ ପରାର୍ମଶ ଦେଇଛନ୍ତି ।