୧୦୦ ଦିନରେ ଆସିବ ୫ ଜି

୧୦୦ ଦିନରେ ଆସିବ ୫ ଜି

୧୦୦ ଦିନରେ ଆସିବ ୫ ଜି
ନୂଆଦିଲ୍ଲୀ – ଭାରତରେ ୧୦୦ ଦିନ ମଧ୍ୟରେ ୫ମ ପିଢିର ବାୟୁତରଙ୍ଗ(୫ଜି) ମୋବାଇଲ ସେବାର ପରୀକ୍ଷଣ ଆରମ୍ଭ ହେବ । ଦୂରସଞ୍ଚାର ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହି ସୂଚନା ଦେଇଛନ୍ତି । ସେ କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବାପରେ ଏହି ସୂଚନା ଦେଇଛନ୍ତି । ଚଳିତ ବର୍ଷ ୫ଜି ସହ ଅନ୍ୟ ବ୍ରାଣ୍ଡ ପାଇଁ ସ୍ପେକ୍ଟ୍ରମ ନିଲାମ କରାଯିବ ବୋଲି ସେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇଛନ୍ତି ।ବିଏସ୍‌ଏନ୍‌ଏଲ କ୍ଷତିରେ ଚାଲିବା ସହ ଏଥିରେ ଦେଖାଦେଇଥିବା ଆର୍ଥିକ ସଙ୍କଟ ବିଷୟରେ ସେ ମତ ଦେଇଛନ୍ତି । ବିଏସ୍‌ଏନ୍‌ଏଲ୍‌ ଓ ଏମ୍‌ଟିଏନ୍ଏଲ୍‌ର ପୁନରଉଦ୍ଧାର କାର୍ଯ୍ୟ କରାଯିବ । ଏହାକୁ ପ୍ରାଥମିକତା ଦିଆଯିବ ବୋଲି ସେ କହିଛନ୍ତି । ଏହି ଦୁଇ କମ୍ପାନୀର କର୍ମଚାରୀମାନେ ପ୍ରତିଦ୍ୱନ୍ଦିତା ମନବୃତ୍ତି ନେଇ କାମ କରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି ।ଚୀନ୍‌ର ଟେଲିକମ କମ୍ପାନୀ ହୁଆଇକୁ ୫ଜି ପରୀକ୍ଷଣ ପାଇଁ ଅନୁମତି ଦିଆଯିବ କି ନାହିଁ ପ୍ରଶ୍ନର ଉତ୍ତରରେ ସେ ଦେଶର ସୁରକ୍ଷାକୁ ପ୍ରାଥମିକତା ଦିଆଯାଇ ଏହି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି । ଚଳିତ ବର୍ଷ ବିଭିନ୍ନ ସ୍ପେକ୍ଟ୍ରମ ନିଲାମ କରାଯିବ ।ଏବେ ପର୍ଯ୍ୟାପ୍ତ ସ୍ପେକ୍ଟ୍ରମ ଉପଲବ୍ଧ ଅଛି । ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ୮,୬୪୪ ମେଗାହର୍ଜ ଦୂରସଂଚାର ସ୍ପେକ୍ଟ୍ରମ ନିଲାମ କରିବା ପାଇଁ ପ୍ରସ୍ତାବ ଦେଇଛି । ଏଥିରେ ୫ଜି ପାଇଁ ସ୍ପେକ୍ଟ୍ରମ ବି ରହିଛି । ଏହାର ମୋଟ ମୂଲ୍ୟ ୪.୯ ଲକ୍ଷ କୋଟି ଟଙ୍କା । ଏହା ଅଧିକ ମୂଲ୍ୟ ହେଉଥିବା କେତକ ଟେଲିକମ୍‌ କମ୍ପାନୀ କହିଛନ୍ତି ।