କରୋନାରୁ ସୁସ୍ଥ ହୋଇ ପୁଣିଥରେ କରୋନାରେ ଆକ୍ରାନ୍ତ ହେଲେ ମହିଳା

କରୋନାରୁ ସୁସ୍ଥ ହୋଇ ପୁଣିଥରେ କରୋନାରେ ଆକ୍ରାନ୍ତ ହେଲେ ମହିଳା

କରୋନାରୁ ସୁସ୍ଥ ହୋଇ ପୁଣିଥରେ କରୋନାରେ ଆକ୍ରାନ୍ତ ହେଲେ ମହିଳା
ଚୀନ୍ର ଜଣେ ମହିଳା ୫ ମାସ ପରେ ପୁଣିଥରେ କରୋନା ସଂକ୍ରମଣରେ ସଂକ୍ରମିତ ହୋଇଥିବାର ସୂଚନା ମିଳିଛି । ମହିଳା ଜଣକ ପାଞ୍ଚ ମାସ ପୂର୍ବରୁ କରୋନାରେ ସଂକ୍ରମିତ ହୋଇ ହସ୍ପିଟାଲରୁ ସୁସ୍ଥ ହୋଇ ଫେରିଥିଲେ । ୬୮ ବର୍ଷୀୟା ଏହି ମହିଳାଙ୍କ ଘଟଣା ସାମ୍ନାକୁ ଆସିବା ପରେସ ସ୍ବାସ୍ଥ୍ୟ ବିଭାଗକୁ ଚିନ୍ତା ଘାରିଛି । ତେବେ ଶରୀରରେ ଆଣ୍ଟିବଡି ହେବା ପରେ ଦ୍ବିତୀୟ ଥର ପାଇଁ କରୋନା ସଂକ୍ରମଣ ହେଉନଥିବାବେଳେ ଏହି ମହିଳାଙ୍କ କ୍ଷେତ୍ରରେ କିନ୍ତୁ ଏହା ବ୍ୟତିକ୍ରମ ଘଟିଛି । ଏହି ମାମଲା ଏକ ନୂତନ ସଂକଟ ଆଡକୁ ଇଶାରା କରୁଥିବାର ଜଣାଯାଇଛି । ମଧ୍ୟଚୀନ୍ ହୁଓ୍ବଇ ପ୍ରାନ୍ତର ଜଣେ ମହିଳା କରୋନାରେ ଆକ୍ରାନ୍ତ ହେବା ପରେ ଜିଙ୍ଗଝାଓ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏହାପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଥିଲେ । କିନ୍ତୁ ପୁନର୍ବାର ମହିଳା ଜଣକ ସଂକ୍ରମିତ ହୋଇଥିବାର ଜଣାପଡିଛି । ମନୁଷ୍ୟ ଶରୀରରେ କରୋନା ଭାଇରସ ପ୍ରବେଶ କରିବା ପରେ ଏହା ବାହାରିବା ପାଇଁ ବେଶ୍ କିଛି ସମୟ ନେଇଥାଏ । ତେବେ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ମଧ୍ୟରେ ପୁନର୍ବାର ସଂକ୍ରମିତ ହେବାର ଲକ୍ଷଣ ଦେଖାଇନଥିଲା। କିନ୍ତୁ ଉକ୍ତ ମହିଳା ଜଣକ ପୁନର୍ବାର ଅଗଷ୍ଟ ୯ ତାରିଖରେ ପୁନର୍ବାର କରୋନାରେ ସଂକ୍ରମିତ ହୋଇଛନ୍ତି । ତାଙ୍କୁ କ୍ବାରେଣ୍ଟାଇନ୍‌ରେ ରଖାଯାଇଥିବାବେଳେ ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତ ଲୋକଙ୍କ ରିପୋର୍ଟ ନେଗେଟିଭ୍ ଆସିଛି ।