ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଆରମ୍ଭ, ଦାନ ପାଇଁ ଆକାଉଣ୍ଟ ନମ୍ବର ଜାରି

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଆରମ୍ଭ, ଦାନ ପାଇଁ ଆକାଉଣ୍ଟ ନମ୍ବର ଜାରି

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଆରମ୍ଭ, ଦାନ ପାଇଁ ଆକାଉଣ୍ଟ ନମ୍ବର ଜାରି
ଅଯୋଧ୍ୟା: ଉତ୍ତରପ୍ରଦେଶ ଅଯୋଧ୍ୟାରେ ରାମ ଜନ୍ମଭୂମିରେ ମନ୍ଦିର ନିର୍ମାଣ ଆରମ୍ଭ ହୋଇଛି । ବୁଧବାର ଶ୍ରୀରାମ ଜନ୍ମ ଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଟୁଇଟ କରି ଏହି ସୂଚନା ଦିଆଯାଇଛି । ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ଏକ ଭିଡିଓ ଜାରି କରି ମନ୍ଦିର ନିର୍ମାଣ ଆରମ୍ଭ ହୋଇଥିବା ସମ୍ପର୍କରେ ସୂଚନା ଦେଇଛନ୍ତି । ଏହା ବ୍ୟତୀତ ମନ୍ଦିର ନିର୍ମାଣ ନିମନ୍ତେ ଯୋଗଦାନ କରିବାକୁ ସେ ଅପିଲ କରିଛନ୍ତି । ଦେଶର କୋଟି କୋଟି ରାମ ଭକ୍ତ ମନ୍ଦିର ନିର୍ମାଣ ନିମନ୍ତେ ଦାନ କରିବାକୁ ଚାହୁଁଥିବାରୁ ଟ୍ରଷ୍ଟ ପକ୍ଷରୁ ଏକ ଆକାଉଣ୍ଟ ନମ୍ବର ଜାରି କରାଯାଇଥିବା ସେ କହିଛନ୍ତି । ଏଣୁ ରାମ ଭକ୍ତମାନେ ଯଥା ଶକ୍ତି ଏବଂ ଯଥା ସମ୍ଭବ ଅର୍ଥ ଦାନ କରନ୍ତୁ ବୋଲି ସେ ଭିଡିଓ ବାର୍ତ୍ତାରେ ପ୍ରକାଶ କରିଛନ୍ତି । ଉଲ୍ଲେଖଯୋଗ୍ୟ, ମନ୍ଦିର ନିର୍ମାଣ ଆରମ୍ଭ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ୫ ତାରିଖରେ ଅଯୋଧ୍ୟାରେ ପହଞ୍ଚି ଶିଳାନ୍ୟାସ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆରଏସଏସ ମୁଖ୍ୟ ମୋହନ ଭାଗବତ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଅନେକ ସାଧୁସନ୍ଥ ସାମିଲ ହୋଇଥିଲେ ।