ବାୟୁସେନାରେ ସାମିଲ ହେଲା "ଚିନୁକ" ହେଲିକପ୍ଟର

ବାୟୁସେନାରେ ସାମିଲ ହେଲା "ଚିନୁକ" ହେଲିକପ୍ଟର

ବାୟୁସେନାରେ ସାମିଲ ହେଲା "ଚିନୁକ" ହେଲିକପ୍ଟର
ଭାରତୀୟ ବାୟୁସେନାରେ ସାମିଲ ହେଲା ଚିନୁକ ହେଲିକପ୍ଟର । ଆମେରିକୀୟ କମ୍ପାନୀ ବୋଇଙ୍ଗ ଦ୍ୱାରା କରାଯାଇଥିବା ଚାରୋଟି ଚିନୁକ ସିଏଚ-୪୭ଆଇ ହେଲିକପ୍ଟର ଭାରତରେ ଓହ୍ଲାଇଛି । ଏହିପରି ୧୫ଟି ହେଲିକପ୍ଟରକୁ ଭାରତ କିଣିଛି । ଏହା ଅତ୍ୟାଧୁନିକ ହେଲିକପ୍ଟର । ଏଥିରେ କମନ ଏଭିଏସନ ଆର୍କିଟେକ୍ଚର କକପିଟ ଏବଂ ଏଡଭାନ୍ସ କକପିଟ ପରି ବିଶେଷ ସୁବିଧା ରହିଛି । ଏହି ହେଲିକପ୍ଟରରେ ଗୋଟିଏ ଥରରେ ଗୋଳ ବାରୁଦ, ଆସ୍ତ୍ରଶସ୍ତ୍ର ସହ ସୈନ୍ୟମାନେ ମଧ୍ୟ ଯାତାୟତ କରି ପାରିବେ । ଏହାକୁ ରାଡର ସାହାର‌୍ୟ୍ୟରେ ମଧ୍ୟ ଧରିବା କଷ୍ଟକର । ୨୦୦୦୦ ଫୁଟ ଉଚ୍ଚତା ପର‌୍ୟ୍ୟନ୍ତ ଉଡିବାର କ୍ଷମତା ଏହି ହେଲିକପ୍ଟରରେ ରହିଛି । ଏହା ୧୦ ଟନ ପର‌୍ୟ୍ୟନ୍ତ ଓଜନକୁ ଉଠାଇ ନେଇ ପାରିବ । ଏହା ଘଣ୍ଟାପ୍ରତି ୨୮୦ କିମି ବେଗରେ ଉଡିପାରିବ । ଏହାର ଉଚ୍ଚତା ୧୮ ଫୁଟ ଏବଂ ଲମ୍ବା ୧୬ ଫୁଟ । ଏହାକୁ ଦୁଇ ଜଣ ପାଇଲଟ ଚଲାଇପାରିବେ । ଦୁନିଆର ୨୬ଟି ଦେଶ ଏହି ହେଲିକପ୍ଟରର ବ୍ୟବହାର କରୁଛନ୍ତି, ଏହି ଦେଶମାନଙ୍କରେ ମଧ୍ୟରେ ଭାରତ ମଧ୍ୟ ସାମିଲ ହୋଇଛନ୍ତି।