ମୋଦି-ମମତା ମୁହାଁମୁହିଁ

ମୋଦି-ମମତା ମୁହାଁମୁହିଁ

ମୋଦି-ମମତା ମୁହାଁମୁହିଁ
ସିଲିଗୁଡା: ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ସିଲିଗୁଡିଠାରେ ଆୟୋଜିତ ଏକ ନିର୍ବାଚନୀ ର‌୍ୟାଲିରେ ଯୋଗଦେଇ ବିରୋଧୀ କଂଗ୍ରେସ ଏବଂ ଟିଏମସି ଉପରେ ଜୋରଦାର ବର୍ଷିଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ ସ୍ପିଡ ବ୍ରେକର ଦିଦି ବୋଲି କଟାକ୍ଷ କରିବା ସହ ସେ ରାଜ୍ୟର ବିକାଶକୁ ରୋକିବା ଭଳି କାମ କରୁଛନ୍ତି ବୋଲି ମୋଦି ଅଭିଯୋଗ କରିଛନ୍ତି । କେନ୍ଦ୍ର ସରକାରର ଆଯୁଷ୍ମାନ ଭାରତ ଯୋଜନାକୁ ପଶ୍ଚିମବଙ୍ଗ ସରକାର ପ୍ରତ୍ୟାଖ୍ୟାନ କରିବା ପ୍ରସଙ୍ଗ ମଧ୍ୟ ଉଠାଇ ସେ କହିଥିଲେ ଗରିବ ଯେତେବେଳେ ରୋଗରେ ପଡିଥାଏ ସେତେବେଳେ ତା ପାଇଁ ସବୁଠାରୁ ବଡ ଚିନ୍ତା ଥାଏ ଚିକିତ୍ସା ପାଇଁ ଅର୍ଥଯୋଗାଡ । ଏଣୁ ଆମ ସରକାର ଗରିବମାନଙ୍କ ଚିକିତ୍ସା ପାଇଁ ଆୟୁଷ୍ମାନ ଭାରତ ଯୋଜନା ଦ୍ୱାରା ୫ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଥିଲା । କିନ୍ତୁ ,ସ୍ପିଡ ବ୍ରେକର ଦିଦି ପଶ୍ଚିମବଙ୍ଗରେ ଏହି ଯୋଜନାକୁ ପ୍ରତ୍ୟାଖ୍ୟାନ କରିଦେଲେ । ସ୍ପିଡ ବ୍ରେକର ଦିଦି ୭୦ ଲକ୍ଷରୁ ଉଦ୍ଧ୍ୱର୍ କୃଷକ ପରିବାରର ବିକାଶରେ ମଧ୍ୟ ବ୍ରେକ ଲାଗିଥିବା ମୋଦି କହିଥିଲେ । ଅନ୍ୟପକ୍ଷରେ କୁଚ୍ଚବିହାର ଜିଲ୍ଲାରେ ଏକ ଦଳୀୟ ସମାବେଶରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କରି ଏକ୍ସପାୟରି ବାବୁ ବୋଲି କହିଛନ୍ତି । ଏଥିସହ ରାଜ୍ୟର ବିକାଶ କ୍ଷେତ୍ରରେ ସେ ବାଧକ ସାଜୁଛନ୍ତି ବୋଲି ମୋଦି ଯେଉଁ ଅଭିଯୋଗ ଆଣିଛନ୍ତି, ତାହାକୁ ସେ ଖଣ୍ଡନ କରିଛନ୍ତି । ତାଙ୍କ ସରକାର ପଶ୍ଚିମବଙ୍ଗରେ ଅନେକ ବିକାଶମୂଳକ କାର୍ଯ୍ୟ କରିଛି । ମୋଦିଙ୍କୁ ଏକ୍ସପାୟରି ବାବୁ ବୋଲି କହି ଟିଭି କିମ୍ବା ସାଧାରଣ ସଭାରେ ଖୋଲା ବିତର୍କ ପାଇଁ ତାଙ୍କୁ ଆହ୍ୱାନ ଦେଇଛନ୍ତି ।