ଆଜି ଶ୍ରୀନଗର ଯିବେ ସେନା ମୁଖ୍ୟ
ଆଜି ଶ୍ରୀନଗର ଯିବେ ସେନା ମୁଖ୍ୟ
admin
Aug 30, 2019 - 10:33
Updated: Aug 30, 2019 - 10:33
ନୂଆଦିଲ୍ଲୀ: ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀର ସ୍ଥିତିର ସମୀକ୍ଷା କରିବାକୁ ଆଜି ଶ୍ରୀନଗର ଯିବେ ସେନା ମୁଖ୍ୟ ଜେନେରାଲ ବିପିନ ରାୱତ। ଜାତୀୟ ସୁରକ୍ଷା଼ ପରାମର୍ଶଦାତା( ଏନଏସଏମ୍) ଅଜିତ ଡୋଭାଲଙ୍କ ପରେ ବିପିନ ରାୱତ ପ୍ରଥମ ସୁରକ୍ଷା ଅଧିକାରୀ ଯେକି ଜମ୍ମୁ କଶ୍ମୀର ଗସ୍ତ କରୁଛନ୍ତି। ଏବେ କାଶ୍ମୀରର ସ୍ଥିତି ଓ ସୁରକ୍ଷା ବ୍ୟବସ୍ଥା କିପରି ରହିଛି, ଯେକୌଣସି ପରିସ୍ଥିତି ଲାଗି ମୁତୟନ ସୁରକ୍ଷାକର୍ମୀ କିପରି ପ୍ରସ୍ତୁତ ଅଛନ୍ତି, ତାର ସମୀକ୍ଷା କରିବେ ସେନା ମୁଖ୍ୟ ବିପିନ ରାଓ୍ବତ।
ଧାରା ୩୭୦ ଉଚ୍ଛେଦ ହେବା ପରେ ଏବେ ଜମ୍ମୁ କଶ୍ମୀରରେ ସ୍ଥିତିରେ ସୁଧାର ହେବାକୁ ଲାଗିଛି। ହେଲେ ସୁରକ୍ଷା ଦୃଷ୍ଟିକୋଣରୁ କାଶ୍ମୀରର ଅନେକ ସ୍ଥାନରେ ଟେଲିଫୋନ, ଇଣ୍ଟରନେଟ ଆଦି ସେବା ବନ୍ଦ ରଖାଯାଇଛି। କିଛି ସ୍ଥାନରେ ଇନକମିଙ୍ଗ ସୁବିଧା ମିଳୁଥିବା ବେଳେ ଆଉଟଗୋଇଂ ଉପରେ ଏବେ ବି ରହିଛି କଟକଣା।
ଏବେ ସୁଦ୍ଧା ରାଜ୍ୟରେ ୨୫୦୦ ସ୍କୁଲ ଖୋଲି ସାରିଛି। ବହୁ ସ୍ଥାନରେ ସ୍କୁଲ, କଲେଜ ଖୋଲିଥିଲେ ମଧ୍ୟ ଛାତ୍ରଛାତ୍ରୀ ଭୟରେ ଆସୁନାହାନ୍ତି। ଫଳରେ ବିଦ୍ୟାଳୟ କକ୍ଷ ଖାଲିପଡିଥିବା ଦେଖିବାକୁ ମିଳିଛି। ଏପରିସ୍ଥଳେ କିଭଳି ଶୀଘ୍ର ସବୁକିଛି ସ୍ୱାଭାବିକ ଅବସ୍ଥାକୁ ଫେରିବ ସେନେଇ ପ୍ରଶାସନ ଓ ସରକାର ତତ୍ପର ଅଛନ୍ତି। ଜମ୍ମୁ କଶ୍ମୀରର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ରହିଛି। ସବୁ ସମ୍ବେଦନଶୀଳ ଜାଗାରେ ସୁରକ୍ଷା କର୍ମୀ ମୁତୟନ ଅଛନ୍ତି। ସୀମାବର୍ତ୍ତୀ ଅଞ୍ଚଳରେ ଏବେ ବି ବହୁ ସଂଖ୍ୟାରେ ଯବାନ ମୁତୟନ ଅଛନ୍ତି।