ଲକଡାଉନ ପରେ ବଢ଼ିବ ସୁନା ବିକ୍ରି, ଦର ହେବ ଆକାଶ ଛୁଆଁ।
ଲକଡାଉନ ପରେ ବଢ଼ିବ ସୁନା ବିକ୍ରି, ଦର ହେବ ଆକାଶ ଛୁଆଁ।
admin
Apr 5, 2020 - 06:52
Updated: Apr 5, 2020 - 06:52
କରୋନା ମହାମାରୀ ଯୋଗୁଁ ଦେଶରେ ୨୧ ଦିନିଆ ଲକଡାଉନ ଚାଲିଛି । ଏହା ଶେଷ ହେବା ପରେ ପୁରୁଣା ସୁନା ବିକ୍ରି ବଢ଼ିପାରେ । କାରଣ ହାତକୁ ନଗଦ ଆଣିବା ପାଇଁ ଲୋକେ ସୁନା ବିକ୍ରି କରିପାରନ୍ତି । ବଜାର ବିଶେଷଜ୍ଞମାନେ ଏହା ପ୍ରକାଶ କରିଛନ୍ତି ।
ସମ୍ପ୍ରତି ୧୦ ଗ୍ରାମ ପିଛା ସୁନା ଦର ପାଖାପାଖି ୪୫,୦୦୦ ଟଙ୍କା ରହିଛି । ଗହଣା ବ୍ୟବସାୟୀଙ୍କ ଅନୁସାରେ ସବୁଠାରୁ ଅଧିକ ସୁନା ଚାଷୀମାନେ ବିକ୍ରି କରିପାରନ୍ତି । କାରଣ ମଣ୍ଡିଗୁଡ଼ିକ ବନ୍ଦ ପଡ଼ିଥିବା କାରଣରୁ ସେମାନେ ଫସଲ ବିକ୍ରି କରିପାରୁନାହାନ୍ତି । ପରିବହନ ଠପ ହୋଇଥିବାରୁ ବଜାରରେ ସେମାନଙ୍କ ଫସଲ ପହଞ୍ଚିପାରୁନାହିଁ । ଗ୍ରାମୀଣ ଭାରତରେ ସୁନାକୁ ଅତି ମହତ୍ତ୍ୱପୂର୍ଣ୍ଣ ସମ୍ପତ୍ତି ଭାବେ ଗଣନା କରାଯାଏ । ସୁନାରେ ଦେଶର ମୋଟ ଖର୍ଚ୍ଚ ମଧ୍ୟରେ ଗ୍ରାମୀଣ ଭାରତର ଅଂଶ ୬୦% ।
ବିଶ୍ୱ ସୁନା ପରିଷଦ ରିପୋର୍ଟ ଅନୁସାରେ ସୁନା ଚାହିଦାରେ ବଡ଼ ଧରଣର ହ୍ରାସ ଘଟିଛି । ୨୦୧୯ ଜାନୁଆରୀ ଏବଂ ଫେବ୍ରୁଆରୀର ପ୍ରଚୁର ଚାହିଦା ତୁଳନାରେ ୨୦୨୦ ସମାନ ସମୟରେ ଚାହିଦା ୪୪% ହ୍ରାସ ପାଇଛି ।