ଧୋନିଙ୍କ ନୂଆ ଲୁକ୍

ଧୋନିଙ୍କ ନୂଆ ଲୁକ୍

ଧୋନିଙ୍କ ନୂଆ ଲୁକ୍
ଜୟପୁର: କ୍ରିକେଟରୁ ଦୂରେଇ ରହିଥିଲେ ମଧ୍ୟ ଭାରତୀୟ କି୍ରକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଚର୍ଚ୍ଚାରୁ ଦୂରେଇ ରହିପାରୁନାହାନ୍ତି । ଜୟପୁର ବିମାନ ବନ୍ଦରରେ ତାଙ୍କୁ ନୂଆ ଲୁକରେ ଦେଖିବାକୁ ମିଳିଛି । ଏଥିରେ ଧୋନି ମୁଣ୍ଡରେ କଳା ପଟି ବାନ୍ଧିଛନ୍ତି । ଯାହା ସାମାଜିକ ଗଣମାଧ୍ୟମରେ ବେଶ ଚର୍ଚ୍ଚିତ ହେବାରେ ଲାଗିଛି । ଧୋନି ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଗୋଲାପୀ ସହର ଜୟପୁର ଯାଇଥିଲା ବେଳେ କିଛି ଫଟୋ ସାମ୍ବାଦିକ ତାଙ୍କର ଏହି ଫଟୋ ଉଠାଇଥିଲେ । ଧୋନିଙ୍କୁ ଦେଖିବା ଲାଗି ଜୟପୁର ବିମାନ ବନ୍ଦରରେ ମଧ୍ୟ ପ୍ରବଳ ଭିଡ଼ ଜମିଥିଲା । ଏପରିକି ପ୍ରଶଂସକମାନଙ୍କୁ ବାଟ ଛାଡ଼ିବା ଲାଗି ଧୋନି ବାରମ୍ବାର ଅନୁରୋଧ କରୁଥିବା ଦେଖିବାକୁ ମିଳିଥିଲା ।