ବିଜେପି କର୍ମୀଙ୍କୁ ହତ୍ୟା ଅଭିଯୋଗ

ବିଜେପି କର୍ମୀଙ୍କୁ ହତ୍ୟା ଅଭିଯୋଗ

ବିଜେପି କର୍ମୀଙ୍କୁ ହତ୍ୟା ଅଭିଯୋଗ
ଭଞ୍ଜନଗର : ଦ୍ବିତୀୟ ପର୍ୟ୍ୟାୟ ନିର୍ବାଚନ ଆଗରୁ ଭଞ୍ଜନଗରରେ ହିଂସା ଦେଖିବାକୁ ମିଳିଛି। ଭଞ୍ଜନଗରର ଅଗଝୋଳ ଗ୍ରାମରେ ଜଣେ ବ୍ୟକ୍ତିଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣେ ବିଜେପି କର୍ମୀ ବୋଲି ଜଣାପଡିଛି। ତାଙ୍କ ନାଁ ସଦାଶିବ ପ୍ରଧାନ । ସେ ଜଣେ ବିଜେପି କର୍ମୀ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଅଗଝୋଳ ଗାଁ ନିକଟରୁ ସଦାଶିବଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଗତକାଲି ବିଳମ୍ବିତ ରାତିରେ ତାଙ୍କୁ ହତ୍ୟା କରାଯାଇଛି । ସେ ଜଣେ ବିଜେପି କର୍ମୀ ହୋଇଥିବାବେଳେ ଏହା ଏକ ରାଜନୈତିକ ହତ୍ୟାକାଣ୍ଡ ବୋଲି ଲୋକେ କହିଛନ୍ତି । ଘଟଣାକୁ ନେଇ ଅଗଝୋଳ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି । ପୋଲିସ ଘଟଣା ସ୍ଥଳରେ ପହଁଚି ମୃତ ଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।