‘ଜିନ ୱା’ ଜାହାଜ ମାଲିକଙ୍କୁ ନୋଟିସ

‘ଜିନ ୱା’ ଜାହାଜ ମାଲିକଙ୍କୁ ନୋଟିସ

‘ଜିନ ୱା’ ଜାହାଜ ମାଲିକଙ୍କୁ ନୋଟିସ
ଚିଲିକା: ଚିଲିକା ନିକଟ ରାଜହଂସରେ ଫସି ରହିଥିବା ମାଲେସୀୟ ଜାହାଜ ‘ଜିନ ୱା’ର ମାଲିକଙ୍କୁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ନୋଟିସ ଜାରି କରାଯାଇଛି । ଆସନ୍ତା ୨ ଦିନ ମଧ୍ୟରେ ଜାହାଜରୁ ତେଲ ବାହାର କରିବାକୁ ନୋଟିସରେ ନିଦେ୍ର୍ଧଶ ଦିଆଯାଇଛି । ଏହାଛଡ଼ା ଆସନ୍ତା ୭ ଦିନ ମଧ୍ୟରେ ପୁରୀ ସମୁଦ୍ର କୂଳ ଛାଡ଼ିବାକୁ ମଧ୍ୟ ନୋଟିସରେ ଉଲ୍ଲେଖ କରାଯାଇଛି । ଏଠାରେ ଉଲ୍ଲେଖ ଯୋଗ୍ୟ ଗତ ଅଗଷ୍ଟ ୭ ତାରିଖ ଠାରୁ ଉକ୍ତ ଜାହାଜଟି ଚିଲିକା ନିକଟ ରାଜହଂସରେ ଅତି ବିପଦସଙ୍କୁଳ ଅବସ୍ଥାରେ ରହିଛି । ଯେ କୌଣସି ସମୟରେ ଉକ୍ତ ଜାହାଜରୁ ତେଲ ଲିକ ହେବାର ସମ୍ଭାବନା ରହିଥିବାରୁ ଏବେ ଉକ୍ତ ଜାହାଜରୁ ତେଲ କଢା ଯାଉଛି ।