ଷ୍ଟ୍ରଙ୍ଗ ରୁମ୍ ସାମ୍ନାରୁ ସନ୍ଦିଗ୍ଧ କାବୁ
ଷ୍ଟ୍ରଙ୍ଗ ରୁମ୍ ସାମ୍ନାରୁ ସନ୍ଦିଗ୍ଧ କାବୁ
admin
Apr 27, 2019 - 04:53
Updated: Apr 27, 2019 - 04:53
କେନ୍ଦୁଝର: ରାଜ୍ୟରେ ତିନୋଟି ପର୍ଯ୍ୟାୟ ପାଇଁ ମତଦାନ ସମାପ୍ତ ହୋଇଛି । ଇଭିଏମରେ ସିଲ୍ ହୋଇ ରହିଛି ନେତାଙ୍କ ଭାଗ୍ୟ । ସେହିପରି ନିର୍ବାଚନ ପରେ ଇଭିଏମ୍ ରଖାଯାଇଥିବା ଷ୍ଟ୍ରଙ୍ଗ ରୁମ୍ ସାମ୍ନାରୁ ଜଣେ ସନ୍ଦିଗ୍ଧ ଧରାପଡ଼ିଛି। କେନ୍ଦୁଝର ଜିଲ୍ଲାର ସ୍କୁଲ୍ ଅଫ୍ ମାଇନିଂ ଇଞ୍ଜିନିୟରିଂରେ ହୋଇଥିବା ଏକ ଷ୍ଟ୍ରଙ୍ଗ ରୁମ୍ ସାମ୍ନାରୁ ଜଣେ ସନ୍ଦିଗ୍ଧ ଯୁବକଙ୍କୁ ବିଜେପି କର୍ମୀ ଧରିଛନ୍ତି। ଗୋଟିଏ କାର୍ ସହ ସନ୍ଦିଗ୍ଧ ଯୁବକଙ୍କୁ ଧରି ବିଜେପି କର୍ମୀ ଟାଉନ୍ ଥାନା ପୁଲିସ୍ର ଜିମା ଦେଇଛନ୍ତି।ତେବେ ଧରାପଡ଼ିଥିବା ଯୁବକ ସଫ୍ଟୱେୟାର୍ ଇଞ୍ଜିନିୟର ବୋଲି ଜଣାଫଡ଼ିଛି। ଅନ୍ୟପକ୍ଷେ, ଷ୍ଟ୍ରଙ୍ଗରୁମ୍ ସାମ୍ନାରୁ ଆଉ ୨ ଯୁବକ ଫେରାର ହୋଇଯାଇଥିବା ସୂଚନା ମିଳିଛି।କିନ୍ତୁ ଯୁବକ ସେଠାରେ କାହିଁକି ଏପରି ବୁଲୁଥିଲେ ତାକୁ ନେଇ ସସପେନ୍ସ ଲାଗି ରହିଛି । ପୋଲିସ ଅଧିକ ତଦନ୍ତ ପାଇଁ ଅଟକ ଯୁବକଙ୍କୁ ପଚରାଉଚରା ଜାରି ରଖିଛି ।