କଟକରେ ଗଣ୍ଡଗୋଳ, ହତ୍ୟା ସାଙ୍ଗକୁ ଲୁଟ୍ ବଢ଼ିଛି

କଟକରେ ଗଣ୍ଡଗୋଳ, ହତ୍ୟା ସାଙ୍ଗକୁ ଲୁଟ୍ ବଢ଼ିଛି

ହୋଲି ଭଳି ଏକ ଉତ୍ସବ ଅବସରରେ ଅଶାନ୍ତ ହୋଇ ପଡିଛି କଟକ ସହର ।  ଦିନ ତାମାମ ସହରର ବିଭିନ୍ନ ସ୍ଥାନରେ ଗଣ୍ଡଗୋଳ ଓ ହତ୍ୟା କାଣ୍ଡ ଘଟିବା ପରେ ସନ୍ଧ୍ୟାରେ ଘରେ ପଶି ଡକାୟତି ଘଟଣା ଘଟିଥିଲା।  କଟକ ବିରିବାଟିରେ ନାଭଙ୍ଗା ଗାଁ ସଶସ୍ତ୍ର ଡକାୟତି ଘଟିଛି। ନାଭଙ୍ଗା ରହୁ ଥିବା ଏକ ବୃଦ୍ଧ ଦମ୍ପତି ରହୁ ଥିବା ବେଳେ ସ୍ୱାମୀଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଦୁର୍ବୁତ୍ତ ମାନେ ଲକ୍ଷ୍ମୀପ୍ରିୟା ମହାନ୍ତି ନାମକ ଜଣେ ମହିଳାଙ୍କୁ ମାରଣାସ୍ତ୍ର ଦେଖାଇ ସୁନା ଅଳଙ୍କାର ଲୁଟି ଫେରାର ହୋଇ ଯାଇଛନ୍ତି।  ଏନେଇ  କନ୍ଦରପୁର ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣା ସ୍ଥଳରେ ପହଂଚି ଯାଞ୍ଚ ଆରମ୍ଭ କରିଛି। ଅଭିଯୋଗ ମୁତାବକ  ଗୃହକର୍ତ୍ତା ଖିରୋଦ ମହାନ୍ତି କିଛି ସମୟ ପାଇଁ ଘର ବାହାରକୁ ଯାଇ ଥିବା ବେଳେ ଦୁଇ ଜଣ ଦୁର୍ବୁତ୍ତ ଘର ଭିତରେ ବସି ଥିବା ଲକ୍ଷ୍ମୀପ୍ରିୟା ମହାନ୍ତିଙ୍କୁ ଏକ ରଙ୍ଗ ପୁଡିଆ ଦେଇ ମଉସା ଏହାକୁ ପଠାଇଛନ୍ତି ବୋଲି କହିଥିଲେ । ଏବଂ ଏହା ପରେ ବଳପୂର୍ଵକ ଘର ଭିତରକୁ ପଶି ବୃଦ୍ଧ ମହିଳାଙ୍କୁ ମାରଣାସ୍ତ୍ର ଦେଖାଇ ସେ ପିନ୍ଧି ଥିବା ସମସ୍ତ ସୁନା ଅଳଙ୍କାର ଲୁଟ କରି ଫେରାର ହୋଇ ଯାଇ ଥିଲେ  ।