ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ଏସୟୁସିଆଇର ବିକ୍ଷୋଭ
1.
କେନ୍ଦ୍ର ବିଜେପି ସରକାର ସମ୍ପ୍ରତି ରନ୍ଧନ ଗ୍ୟାସ ର ଅହେତୁକ ମୂଲ୍ୟବୃଦ୍ଧି କୁ ଏସ୍ ୟୁ ସି ଆଇ ( କମ୍ୟୁନିଷ୍ଟ) ତରଫରୁ ତୀବ୍ର ନିନ୍ଦା କରାଯାଇଛି। କେନ୍ଦ୍ର ସରକାରଙ୍କ ର ଏହି ନିଷ୍ପତ୍ତି ପ୍ରତିବାଦରେ ଆଜି ପାର୍ଟି ପକ୍ଷରୁ କଲେଜ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପାର୍ଟି ପକ୍ଷରୁ ପ୍ରକାଶ କରାଯାଇଛି ଯେ ଗୋଟିଏ ପଟରେ ଦରଦାମ୍ ବଢ଼ି ଚାଲିଛି ଅନ୍ୟ ପଟରେ ସାଧାରଣ ଲୋକଙ୍କ ରୋଜଗାର କମିଚାଲିଚି, ବେକାରୀ ଭୟଙ୍କର ହୋଇଚି।ଫଳରେ ସାଧାରଣ ଲୋକଙ୍କ ବଞ୍ଚିବା ଦୁର୍ବିସହ ହୋଇଚି।ଆନ୍ତର୍ଜାତୀୟ ବଜାରରେ କଞ୍ଚା ତେଲର ଦାମ କମୁଥିଲେ ବି ଦେଶରେ ପେଟ୍ରୋଲ ଡିଜେଲ ର ଦର କମୁନାହିଁ।

ଏହା ଫଳରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ଆହୁରି ବୃଦ୍ଧି ପାଉଛି। ଏହି ସମୟରେ ରନ୍ଧନ ଗ୍ୟାସ ର ଦରବୃଦ୍ଧି ବେଡ଼ି ଉପରେ କୋରଡ଼ା ସଦୃଶ ହୋଇଚି। ସେଥିପାଇଁ ବର୍ଦ୍ଧିତ ଗ୍ୟାସ ଦର୍ ହ୍ରାସ କରିବାକୁ ପାର୍ଟି ପକ୍ଷରୁ ଦାବି କରାଯାଇଛି। ଏହି ବିକ୍ଷୋଭରେ କଟକ ଜିଲ୍ଲା ସମ୍ପାଦକ ବିଶ୍ଵାବସୁ ଦାସ, ଜିଲ୍ଲା ଅଫିସ ସମ୍ପାଦକ ଖଗେଶ୍ବର ସେଠୀ, ଜିଲ୍ଲା କମିଟି ସଦସ୍ୟ ରାଜକିଶୋର ମଲ୍ଲିକ, ବବି ବଳବନ୍ତରାୟ,ପ୍ରମୁଖ ନେତୃତ୍ୱ ନେଇଥିଲେ।





Jagannath Nayak 