ଏମିତି ବି ମୃତ୍ୟୁ ଆସେ, ପୂଜା କରୁ କରୁ ଚାଲିଗଲା ଜୀବନ

ଏମିତି ବି ମୃତ୍ୟୁ ଆସେ, ପୂଜା କରୁ କରୁ ଚାଲିଗଲା ଜୀବନ

ଏମିତି ବି ମୃତ୍ୟୁ ଆସେ, ପୂଜା କରୁ କରୁ ଚାଲିଗଲା ଜୀବନ
ମାଲକାନାଗିରି : ପୂଜା କରୁଥିବା ପିକଅପ୍ ଭ୍ୟାନ୍ ଚକା ତଳେ ଚାଲିଗଲା ପୂଜକଙ୍କ ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ମାଥିଲି ଥାନା ଅନ୍ତର୍ଗତ ଡୁର୍କାଯୋଡ଼ି ଗାଁରେ ଘଟିଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଘଟିଛି । ସୂଚନାଯୋଗ୍ୟ, ଆଜି ସକାଳେ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ଏକ ନୂଆ ପିକଅପ୍ ଭ୍ୟାନ୍ ପୂଜା କରିବା ପାଇଁ ପୂଜକଙ୍କ ନିକଟକୁ ଆସିଥିଲେ । ପୂଜା ପରେ ଆଗ ଚକା ତଳେ ଲେମ୍ବୁ ରଖୁଥିବା ବେଳେ ପିକଅପ୍ ଭ୍ୟାନ୍ ପୂଜକଙ୍କ ଉପରକୁ ମାଡି ଯାଇଥିଲା । ଫଳରେ ଘଟଣାସ୍ଥଳରେ ପୂଜକଙ୍କ ମୃତ୍ୟୁ ଘଟିଥିଲା।