ଭିଜିଲାନ୍ସ ଜାଲରେ ଜଣେ ମୁଖ୍ୟ କିରାଣୀ

ଭିଜିଲାନ୍ସ ଜାଲରେ ଜଣେ ମୁଖ୍ୟ କିରାଣୀ

ଭିଜିଲାନ୍ସ ଜାଲରେ ଜଣେ ମୁଖ୍ୟ କିରାଣୀ
ଝାରସୁଗୁଡ଼ା: ପୁଣି ଭିଜିଲାନ୍ସ ଜାଲରେ ଜଣେ ମୁଖ୍ୟ କିରାଣୀ ପଡ଼ିଛନ୍ତି । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ଟିମ ଝାରସୁଗୁଡ଼ା ପଞ୍ଚାୟତ ଅଫିସର ମୁଖ୍ୟ କିରାଣୀଙ୍କ ଘରେ ଚଢାଉ କରିଛି । ଝାରସୁଗୁଡ଼ା ପଞ୍ଚାୟତ ଅଫିସର ମୁଖ୍ୟ କିରାଣୀ ବେଣୁଧର ଛଞ୍ଚାଣଙ୍କ ଘରେ ଆଜି ଭିଜିଲାନ୍ସର ଏକ ଟିମ ଚଢାଉ କରିଛି । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଏହି ଚଢାଉ କରାଯାଇଛି । ଆଜି ଭିଜିଲାନ୍ସର ଟିମ ତାଙ୍କ ବଢେଇମୁଣ୍ଡା ଓ ଅଇତାପତି ବାସଭବନ ସମେତ ଶ୍ୱଶୁର ଘର ଓ କିଛି ସ୍ଥାନରେ ଏକକାଳୀନ ଚଢାଉ କରିଛି । ତାଙ୍କ ଘରୁ ଅନେକ ଜରୁରୀ କାଗଜପତ୍ର ଦସ୍ତାବିଜ ମିଳିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସ ପକ୍ଷରୁ ଯାଂଚ ଜାରି ରହିଛି ।