ପ୍ରାଚୀନ ଅଯୋଧ୍ୟା ମନ୍ଦିରର ପ୍ରମାଣ ମାଗିଲେ ସୁପି୍ରମକୋର୍ଟ
ପ୍ରାଚୀନ ଅଯୋଧ୍ୟା ମନ୍ଦିରର ପ୍ରମାଣ ମାଗିଲେ ସୁପି୍ରମକୋର୍ଟ
admin
Aug 17, 2019 - 10:55
Updated: Aug 17, 2019 - 10:55
ନୂଆଦିଲ୍ଲୀ : ଅଯୋଧ୍ୟା ଜମି ବିବାଦକୁ ନେଇ ସୁପି୍ରମକୋର୍ଟରେ ନିୟମିତ ଶୁଣାଣି ଜାରି ରହିଛି । ଆଜି ସମ୍ବିଧାନ ପୀଠ ବିବାଦୀୟ ସ୍ଥଳକୁ ନେଇ ହିନ୍ଦୁ ପକ୍ଷଙ୍କ ଦାବି ଉପରେ ଶୁଣାଣି କରିଥିଲେ । ଯେଉଁ ସ୍ଥାନରେ ବାବି୍ର ମସଜିଦ ନିର୍ମାଣ ହୋଇଥିଲା, ସେଠାରେ ପୂର୍ବରୁ ମନ୍ଦିର ଥିଲା ବୋଲି ହିନ୍ଦୁ ପକ୍ଷର ଯୁକ୍ତି ଉପରେ ଅଦାଲତ କହିଥିଲେ ଯେ ପୂର୍ବରୁ ସେଠାରେ ଏକ ପ୍ରାଚୀନ ମନ୍ଦିର ରହିଥିବା ନେଇ ଯେଉଁ ଯୁକ୍ତି ଦର୍ଶାଯାଉଛି ତାହାର ପ୍ରମାଣ ଦେବାକୁ ହେବ । ରାମ ଲାଲା ବିରାଜମାନର ଓକିଏ ସିଏସ୍ ବିଦ୍ୟାନାଥନଙ୍କୁ ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ଼ କହିଥିଲେ, ହିନ୍ଦୁମାନଙ୍କ ଯେଉଁ ଧାର୍ମିକ ସ୍ଥଳ ଉପରେ ମସ୍ଜିଦ୍ ନିର୍ମାଣ ହୋଇଥିଲା ବୋଲି ଦର୍ଶାଯାଇଛି ସେ ବାବଦରେ ତଥ୍ୟ ପ୍ରମାଣ ଅଦାଲତରେ ଉପସ୍ଥାପନ କରିବାକୁ ହେବ । ଭାରତର ପ୍ରତ୍ନତାତ୍ତ୍ୱିକ ସର୍ଭେ ସଂସ୍ଥା ଦ୍ୱାରା ହେଉଥିବା ଖନନରୁ ବିବାଦୀୟ ସ୍ଥଳରେ ପୂର୍ବରୁ ମନ୍ଦିର ରହିଥିବାର ପ୍ରମାଣ ମିଳିଛି ବୋଲି ରାମ ଲାଲା ବିରାଜମାନର ଓକିଲ କହିଥିଲେ । ଖନନରୁ ଯାହା ମିଳିଛି ତାହା ହିନ୍ଦୁମାନଙ୍କ ଆସ୍ଥାକୁ ଆହୁରି ଦୃଢ଼ କରିଛି ବୋଲି ବିଦ୍ୟାନାଥନ କହିଥିଲେ । ତେବେ ଏ କ୍ଷେତ୍ରରେ ପ୍ରମାଣ ଯୋଗ୍ୟ ତଥ୍ୟ ଅପେକ୍ଷା ହିନ୍ଦୁମାନଙ୍କ ଆସ୍ଥା ଓ ବିଶ୍ୱାସ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ ।
ପ୍ରତ୍ନତାତ୍ତ୍ୱିକ ଖନନ ପରେ ସେଠାରେ ନିଆଯାଇଥିବା କେତେ ଫଟୋକୁ ବିଦ୍ୟାନାଥନ ସମ୍ବିଧାନ ପୀଠକୁ ଦେଖାଇ ଥିଲେ । ଫଟୋରେ ଥିବା ମୂର୍ତ୍ତି ଏବଂ ସ୍ତମ୍ଭରୁ ସେଠାରେ ହିନ୍ଦୁ ଧର୍ମପୀଠ ଥିବା ସ୍ପଷ୍ଟ ହୋଇଛି ବୋଲି ସେ କହିଥିଲେ ।