ରାହୁଲ-ତେଜସ୍ୱୀଙ୍କ ପ୍ରଥମ ର‌୍ୟାଲି

ରାହୁଲ-ତେଜସ୍ୱୀଙ୍କ ପ୍ରଥମ ର‌୍ୟାଲି

ରାହୁଲ-ତେଜସ୍ୱୀଙ୍କ ପ୍ରଥମ ର‌୍ୟାଲି
ସମସ୍ତିପୁର: ବିହାରର ସମସ୍ତିପୁର ଆଜି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଏବଂ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ପ୍ରଥମ ମିଳିତ ର‌୍ୟାଲି ଅନୁଷ୍ଠିତ ହୋଇଛି । ଏହି ଅବସରରେ ଉଦବୋଧନ ଦେଇ ତେଜସ୍ୱୀ କହିଥିଲେ ଯେ ଦେଶକୁ ରାହୁଲ ଗାନ୍ଧୀଙ୍କ ଭଳି ପ୍ରଧାନମନ୍ତ୍ରୀ ଆବଶ୍ୟକ । ରାହୁଲ ଗରିବଙ୍କ ପ୍ରତି ଦରଦୀ ମନୋଭାବ ରଖି କାମ କରୁଛନ୍ତି ଏବଂ ତାଙ୍କର ନ୍ୟାୟ ଯୋଜନା ଦେଶରୁ ଦାରିଦ୍ର‌୍ୟ ହଟାଇବାରେ ସକ୍ଷମ ହେବ । ପ୍ରଧାନମନ୍ତ୍ରୀ ମୋଦୀ କେବଳ ଧନୀ ଲୋକଙ୍କ ଚୌକିଦାର ପାଲଟିଛନ୍ତି ଏବଂ ଏଭଳି ପ୍ରଧାନମନ୍ତ୍ରୀ ଦେଶ ପାଇଁ ଆବଶ୍ୟକ ନାହିଁ ବୋଲି ସେ କହିଛନ୍ତି । ଏହି ର‌୍ୟାଲି ଉଦବୋଧନ ଦେଇ ରାହୁଲ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀ ଲୋକଙ୍କ ଅର୍ଥକୁ କେବଳ ଅମ୍ବାନୀ ମାଲ୍ୟା ଏବଂ ମେହୁଲ ଚୋକସିଙ୍କ ଭଳି ଲୋକଙ୍କ ହାତରେ ଟେକି ଦେଇଛନ୍ତି । ପ୍ରଧାନମନ୍ତ୍ରୀ ପଂଜିପତିଙ୍କ ସ୍ୱାର୍ଥ ରକ୍ଷା କରୁଥିବା ବେଳେ ଗରିବଙ୍କ ପାଇଁ ତାଙ୍କ ପାଖରେ ସମୟ ନାହିଁ । କଂଗ୍ରେସର ସର୍ବନିମ୍ନ ଆୟ ଯୋଜନା ନ୍ୟାୟ ମାଧ୍ୟମରେ ପ୍ରତ୍ୟେକ ଗରିବ ପରିବାରକୁ ବାର୍ଷିକ ୭୨ ହଜାର ଟଙ୍କା ମିଳିବ ବୋଲି ରାହୁଲ କହିଛନ୍ତି ।