ହରିୟାଣାରେ ପୁଣି ଖଟ୍ଟର ରାଜ

ହରିୟାଣାରେ ପୁଣି ଖଟ୍ଟର ରାଜ

ହରିୟାଣାରେ ପୁଣି ଖଟ୍ଟର ରାଜ
ନୂଆଦିଲ୍ଲୀ: ମନୋହର ଲାଲ ଖଟ୍ଟରଙ୍କ ସେକେଣ୍ଡ ଇନିଂସ ଆରମ୍ଭ ହେବାକୁ ଯାଉଛି । କାରଣ ସେ ଦ୍ୱିତୀୟ ଥର ପାଇଁ ହରିୟାଣାର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଶ୍ରୀ ଖଟ୍ଟର ବିଜେପି ବିଧାୟକ ଦଳ ନେତାଭାବେ ନିର୍ବାଚିତ ହୋଇଛନ୍ତି । କ୍ରମାଗତ ଦ୍ୱିତୀୟ ଥର ପାଇଁ ଶ୍ରୀ ଖଟ୍ଟର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଆସନ୍ତାକାଲି ସେ ମୁଖ୍ୟମନ୍ତ୍ରୀଭାବେ ଶପଥ ନେଇପାରନ୍ତି । ଆସନ୍ତାକାଲି ଅପରାହ୍ନପ ୨ଟାରେ ସେ ଶପଥ ନେବାର ସମ୍ଭାବନା ରହିଛି । ହରିୟାଣାରେ ବିଜେପିକୁ ଆଶାନୁରୂପକ ସମର୍ଥନ ମିଳିନାହିଁ । ସରକାର ଗଢିବାର ମ୍ୟାଜିକ ଅଙ୍କ ଠାରୁ ପଛରେ ପଡ଼ିଯାଇଥିଲା ବିଜେପି । ତେବେ ସଂଖ୍ୟା ନଥିଲେ ବି ସରକାର ଗଢିବାରେ ମାହିର ବିଜେପି ହରିୟାଣାରେ କ୍ଷମତା ଦଖଲର ସୁଯୋଗକୁ ହାତ ଛଡ଼ା କରିନାହିଁ । ନିର୍ବାଚନରେ କିଙ୍ଗ ମେକରଭାବେ ଉଭା ହୋଇଥିବା ଜେଜେପି ପ୍ରଥମେ କଂଗ୍ରେସ ସହ ହାତ ମିଳାଇବ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଯାଦୁ ଆଗରେ କଂଗ୍ରେସର ଚାଲ ଫେଲ ମାରିଯାଇଛି । ଜେଜେପିକୁ ନିଜ ଆଡ଼କୁ ଟାଣିବାରେ ସମର୍ଥ ହୋଇଥିବା ବିଜେପି ପୁଣି ହରିୟାଣାର ଶାସନ ଡୋର ସମ୍ଭାଳିବାକୁ ଯାଉଛି । ଅପରପକ୍ଷରେ ହରିୟାଣାର ମୁଖ୍ୟମନ୍ତ୍ରୀ ମନହରଲାଲ ଖଟ୍ଟର ବିଜେପି ବିଧାୟକଦଳଭାବେ ନିର୍ବାଚିତ ହୋଇଥିବାବେଳେ ରବିବାର ଅପରହ୍ନ୨ଟାରେ ସେ ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିବେ ବୋଲି ଜାଣିବାକୁ ମିଳିଛି ।