ଆଜି ଟ୍ରିବ୍ୟୁନାଲରେ ମହାନଦୀ ବିବାଦର ଶୁଣାଣି

ଆଜି ଟ୍ରିବ୍ୟୁନାଲରେ ମହାନଦୀ ବିବାଦର ଶୁଣାଣି

ଆଜି ଟ୍ରିବ୍ୟୁନାଲରେ ମହାନଦୀ ବିବାଦର ଶୁଣାଣି
ଆଜି ଟ୍ରିବ୍ୟୁନାଲରେ ମହାନଦୀ ଜଳବିବାଦର ଶୁଣାଣି ହେବ । ପୂର୍ବ ଶୁଣାଣିରେ ଓଡିଶା ଏବଂ ଛତିଶଗଡ ମଧ୍ୟରେ ଆପୋଷ ସମାଧାନ ପାଇଁ ଟ୍ରିବ୍ୟୁନାଲ ପରାମର୍ଶ ଦେଇଥିଲେ । ଉଭୟ ପକ୍ଷର ଆଡଭୋକେଟ୍ ଜେନେରାଲ ବୈଠକରେ ଆଲୋଚନା କରି ସମାଧାନ କରିବାକୁ ପରାମର୍ଶ ଦେଇଥିଲେ । ଏହି ବୈଠକରେ କଣ ସମାଧାନର ରାସ୍ତା ବାହାରିଛି ଏନେଇ ଟ୍ରିବ୍ୟୁନାଲକୁ ଆଜି ଉଭୟ ପକ୍ଷ ଜଣାଇବେ । ସୂଚନାନୁସାରେ, ପ୍ରଥମ ଏବଂ ଦ୍ୱିତୀୟ ବୈଠକ ବିଫଳ ହୋଇଥିଲା । କୌଣସୀ ନିଷ୍କର୍ସ ବାହାରି ନଥିଲା । ଗତ ବୈଠକରେ ଅଣମୌସୁମୀ ସମୟରେ ଓଡିଶାକୁ କେତେଜଳ ଛଡାଯିବ ତାକୁ ନେଇ ଆଲୋଚନା କରାଯାଇଥିଲା । ଏଥିରେ ଜଳସମ୍ପଦ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ । ଏହାପରେ ଓଡିଶା ମଧ୍ୟବର୍ତୀକାଳିନ ଆବେଦନ କରିଥିଲା । ଅଧିକ ପାଣି ଛାଡିବାକୁ ଛତିଶଗଡ ନିକଟରେ ଦାବି ରଖିଥିଲା । କିନ୍ତୁ ଛତିଶଗଡ ରାଜି ହୋଇନଥିଲା । ତେବେ ପୁଣି ଟ୍ରିବ୍ୟୁନାଲ ଉଭୟ ପକ୍ଷଙ୍କୁ ଆଲୋଚନା କରିବାକୁ କହିଥିଲେ ।