ଗଛରେ ପିଟି ହେଲା କାର, ଜଣେ ମୃତ

ଗଛରେ ପିଟି ହେଲା କାର, ଜଣେ ମୃତ

ଗଛରେ ପିଟି ହେଲା କାର, ଜଣେ ମୃତ
ରାୟଗଡା : ଗଛରେ ପିଟିହେଲା କାର ଏଭଳି ଅଭାବନୀୟ ଘଟଣା ଘଟିଛି ଗୁଣୁପୁର ସ୍ଥିତ ଗୁମୁଡା ଛକ ନିକଟରେ । ସେଥିରୁ ଜଣେ ମୃତୁ୍ୟ ଥିବା ବେଳେ ଜଣେ ଅଳ୍ପକେ ବର୍ତିଛନ୍ତି । ମୃତ ବ୍ୟକ୍ତି ଜଣଙ୍କ ଠିକାଦାର ଅଟନ୍ତି। ସୂଚନାଯୋଗ୍ୟ ଯେ, କାରଟି ବ୍ରହ୍ମପୁରରୁ ରାୟଗଡା ଫେରୁଥିବା ବେଳେ ଗୁମୁଡା ଛକ ନିକଟରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ଯାଇଥିଲା। ଫଳରେ ଜଣେ ଠିକାଦାରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। କାରର ଡ୍ରାଇଭର ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି।