ଲଜ୍ଜା: ୧୭ ମାସର ଶିଶୁ କନ୍ୟାକୁ ଦୁଷ୍କର୍ମ

ଲଜ୍ଜା: ୧୭ ମାସର ଶିଶୁ କନ୍ୟାକୁ ଦୁଷ୍କର୍ମ

ଲଜ୍ଜା: ୧୭ ମାସର ଶିଶୁ କନ୍ୟାକୁ ଦୁଷ୍କର୍ମ
ଉଦଳା: ସମାଜରେ କାମାନ୍ଧ ଓ ନିଷ୍ଠୁରଙ୍କ ସଂଖ୍ୟା ଧୀରେ ଧୀରେ ଯେ ବୃଦ୍ଧି ପାଉଛି ତାହା ଉଦଳାରେ ଘଟିଥିବା ଏକ ହୃଦୟ ବିଦାରକ ଘଟଣାରୁ ସ୍ପଷ୍ଟ ହୋଇଛି । ପ୍ରକାଶ ଯେ, ଏଠାରେ ଜଣେ ୧୭ ମାସର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ପଡେ଼ାଶୀ ସମ୍ପର୍କୀୟ ଦାଦା ସମ୍ପୃକ୍ତ ଶିଶୁ କନ୍ୟାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ଶିଶୁ କନ୍ୟାର ମା’ ଥାନାରେ ଏତଲା ଦେଇଥିବାବେଳେ ଅଭିଯୁକ୍ତ ଜଣକ ଫେରାର ଥିବା ଜଣାଯାଇଛି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଅନ୍ୟପକ୍ଷରେ ଆହତ ଶିଶୁ କନ୍ୟାକୁ ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଛି ।