ଜଳୁଛି ସାରା ଭାରତ

ଜଳୁଛି ସାରା ଭାରତ

ଜଳୁଛି ସାରା ଭାରତ
ନୂଆଦିଲ୍ଲୀ: ପିଟୁଛି ଝାଞ୍ଜି, ଜଳୁଛି ସାରା ଭାରତ । ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ସମଗ୍ର ଉତର ଓ ଉତର ପଶ୍ଚିମ ଭାରତ ଅସହ୍ୟ ଗ୍ରୀଷ୍ମତାପରେ ଆଉଟୁ ପାଉଟୁ ହେଉଛି । ଗ୍ରୀଷ୍ମଲହରୀ ଯୋଗୁଁ ଦେଶରେ ଅଂଶୁଘାତଜନିତ ମୃତୁ୍ୟ ସଂଖ୍ୟା ୩୦ରେ ପହଂଚିଛି । ଏଭଳି ସ୍ଥିତି ଆଉ ଦୁଇରୁ ୩ ସପ୍ତାହ ଲାଗି ରହିବା ଆଶଙ୍କା ଥିବାରୁ ବିଭିନ୍ନ ସହରରେ ଲାଲରଙ୍ଗର ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ ।