କଳଙ୍କ ଲାଗିବା ଡରରେ ବିଧାନସଭା ବନ୍ଦ: ସତ୍ୟ ନାୟକ

କଳଙ୍କ ଲାଗିବା ଡରରେ ବିଧାନସଭା ବନ୍ଦ: ସତ୍ୟ ନାୟକ

କଳଙ୍କ ଲାଗିବା ଡରରେ ବିଧାନସଭା ବନ୍ଦ: ସତ୍ୟ ନାୟକ
ଭୁବନେଶ୍ୱର: ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ହାଇଦ୍ରାବାଦ ଗସ୍ତ ପ୍ରସଙ୍ଗକୁ ନେଇ ତାଙ୍କୁ ସରକାରଙ୍କ ପକ୍ଷରୁ କ୍ଲିନ ଚିଟ ଦିଆଯିବା ଓ ନିର୍ଦ୍ଧାରିତ କାର୍ଯ୍ୟ ଦିବସ ପୂର୍ବରୁ ଶୀତକାଳୀନ ଅଧିବେସନ ବନ୍ଦ ରଖିବାକୁ ନେଇ ଏବେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି । ଏହି ଦୁଇଟି ପ୍ରସଙ୍ଗକୁ ନେଇ ଏବେ ବିରୋଧୀ କଂଗ୍ରେସ ଓ ବିଜେପି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ଏହି ପରିପ୍ରେକ୍ଷୀରେ କଂଗ୍ରେସ ନେତା ସତ୍ୟ ନାୟକ ମଧ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ହାଇଦ୍ରାବାଦ ଗସ୍ତ ଓ ବିକ୍ରମ ଆରୁଖଙ୍କ ସ୍ପଷ୍ଟୀକରଣ ନେଇ ଶ୍ରୀ ନାୟକ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ, ମନ୍ତ୍ରୀ ସ୍ପଷ୍ଟୀକରଣ ଦେଇପାରିଲେ ନାହିଁ । ତାଙ୍କ ପାଇଁ ବିକ୍ରମ ଆରୁଖ ସ୍ପଷ୍ଟୀକରଣ ଦେଲେ । ମନ୍ତ୍ରୀଙ୍କ ଗସ୍ତ ପାଇଁ କେଉଁ ସଂସ୍ଥା କେଉଁ ଆକାଉଣ୍ଟରୁ ଟଙ୍କା ଦେଇଥିଲା ବୋଲି ଶ୍ରୀ ନାୟକ ପ୍ରଶ୍ନ କରିବା ସହ ଏହାର ସ୍ପଷ୍ଟୀକରଣ ନଦେଲେ ଏଥିରେ ସାମିଲ ପ୍ରଶାସକଙ୍କ ପୋଲ ଖୋଲାଯିବ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ କଳଙ୍କ ଲାଗିବା ଭୟରେ ବିଧାନସଭା ବନ୍ଦ କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ପ୍ରକାଶ ଯେ, ଡିସେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବିଧାନସଭାର ଶୀତ ଅଧିବେସନ ଗତକାଲି ଅଧାରୁ ସରିଯାଇଛି । ୧୩ ଦିନ ଚାଲିବା ପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି । ଗୃହ ଚାଲିବା ପାଇଁ ସରକାରଙ୍କ ପାଖରେ ଆଉ ବିଜନେସ୍ ନଥିବାରୁ ବିଧାନସଭାକୁ ବନ୍ଦ କରାଯାଇଥିବା କୁହାଯାଉଛି । ଚଳିତ ମାସ ୧୩ ତାରିଖରୁ ଅଧିବେସନ ଆରମ୍ଭ ହୋଇଥିଲା ।