ବାଲିକୁଦା ବ୍ଳକ୍ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ବାଲିକୁଦା ବ୍ଳକ୍ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ପାରାଦ୍ୱୀପ : ବାଲିକୁଦା ବ୍ଳକ କାର୍ଯ୍ୟାଳୟ ଠାରେ ଜିଲ୍ଲା ପ୍ରଶାସନ ତରଫରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିରରେ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଯୋଗଧେଇ ଜନସାଧାରଣଙ୍କର ବଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣୀ କରିଥିଲେ । ଏହି ଅଭିଯୋଗ ଶିବିରରେ ମୋଟ ୭୯ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା । ସେଥି ମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସଂପର୍କତି ୬୪ଟି ଯଥା- ଇନ୍ଦିରା ଆବାସ/ ବିଜୁ ପକ୍କାଘର-୨୩ଟି,ରେସନକାର୍ଡ ସଂପର୍କିତ-୮ଟି, ଭତ୍ତା ସଂମ୍ବନ୍ଧୀୟ୦୮ଟି ଆଇନ ସହାୟତା ସଂପର୍କିତ-୦୩ଟି, ଜମିଜମା ସମସ୍ୟା ସଂପର୍କିତ-୦୬ଟି, ସ୍କୁଲସମସ୍ୟା ସଂପର୍କିତ-୦୨ଟି ଓ ଅନ୍ୟାନ୍ୟ-୧୪ଟି, ଗାଁ ସମସ୍ୟା ସଂପର୍କିତ-୧୨ଟି, ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ସହାୟତା ପାଇବା ପାଇ ୦୨ଟି, ରେଡକ୍ରସ୍ ପାଣ୍ଠିରୁ ସହାତା ପାଇବା ପାଇଁ ୧ଟି ଦରଖାସ୍ତ ଗ୍ରହଣ କରାଯାଇଥିଲା । ୦୫ଟି ଅଭିଯୋଗର ଶୁଣାଣୀ କରାଯାଇ ସଂଗେ ସଙ୍ଗେ ଫଇସଲା କରାଯାଇଥିଲା । ଏହି ଶିବିରରେ ଭାରପ୍ରାପ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିଷ୍ଣୁ ଚରଣ ମିଶ୍ର, ଉପ-ଜିଲ୍ଲାପାଳ ଶ୍ରୀ ମହେନ୍ଦ୍ର ପ୍ରସାଦ ମହାନ୍ତି, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ କେ.ସି. ମହାନ୍ତି,ବି.ଡି.ଓ, ତହସିଲଦାର, ଜିଲ୍ଲାସ୍ତରୀୟ ଅଧିକାରୀ, କ୍ଷେତ୍ରୀୟ ଅଧିକାରୀ, ବ୍ଳକ ସ୍ତରୀୟ ଅଧିକାରୀ, ପଞ୍ଚାୟତ ପ୍ରତିନିଧି, ଭାରପ୍ରାପ୍ତ ଅଭିଯୋଗ ଅଧିକାରୀ ଶ୍ରୀ ରଞ୍ଜନ କୁମାର ଦାସ ଓ ଜନସାଧାରଣ ଉପସ୍ଥିତ ଥିଲେ ।