ଟ୍ରକ୍ ଦୁର୍ଘଟଣାରେ ୨୫ ଗୋରୁ ମୃତ

ଟ୍ରକ୍ ଦୁର୍ଘଟଣାରେ ୨୫ ଗୋରୁ ମୃତ

ଟ୍ରକ୍ ଦୁର୍ଘଟଣାରେ ୨୫ ଗୋରୁ ମୃତ
ବାଲେଶ୍ୱର : ବାଲେଶ୍ୱର ଜିଲାର ଜଳେଶ୍ୱର ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥରେ ଏକ ଗୋରୁ ବୋଝେଇ ଟ୍ରକ ଓଲଟି ୨୫ ରୁ ଅଧିକ ଗୋରୁଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣା ପରେ ଟ୍ରକର ଚାଳକ ଓ ହେଲପର ଫେରାର ହୋଇଯାଇଛନ୍ତି। ପଶ୍ଚିମବଙ୍ଗରୁ ବେଆଇନ ଗୋ ଚାଲାଣ ବେଳେ ଏହି ଦୁର୍ଘଟଣା ଘଟିଛି। ଗାଡ଼ି ଭିତରେ ପ୍ରାୟ ୧୦୦ଟି ଗାଈ ଥିଲେ। ଦୁର୍ଘଟଣା ପରେ ଜୀବିତ ଥିବା ଗାଈମାନଙ୍କୁ ଲୋକେ ଚୋରି କରି ନେଇଥିବା ସୂଚନା ମିଳିଛି।