ମତଦାନ ବେଳେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ

ମତଦାନ ବେଳେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ

ମତଦାନ ବେଳେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ
ଭୁବନେଶ୍ୱର: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିଛି । ବରିପଦାରେ ୨ ଗୋଷ୍ଠୀ ମଧ୍ୟରେ ମାରପିଟ ହୋଇଥିବା ଜଣାଯାଇଛି । ଏପରିକି ଗାଡ଼ି ମଧ୍ୟ ଭଙ୍ଗାରୁଜା ହୋଇଛି । ମୋରଡ଼ା ନିର୍ବାଚନମଣ୍ଡଳୀର ଉଫାଲଗାଡ଼ିଆରେ ଗଣ୍ଡଗୋଳ ଘଟିଛି । ବିଜେଡି ଚିହ୍ନ ଥିବା ଗାଡ଼ି ବୁଥ ଆଖପାଖରେ ବୁଲିବାକୁ ନେଇ ଉତ୍ତେଜନାରୁ ଗଣ୍ଡଗୋଳ ହୋଇଛି । ଏନେଇ ବଚସା ହେବା ପରେ ୨ ଗୋଷ୍ଠୀଙ୍କ ମଧ୍ୟରେ ମାରପିଟ ହେବା ସହ ଏକ ବୋଲେରୋକୁ ଭଙ୍ଗାରୁଜା କରାଯାଇଥିବା ଜଣାଯାଇଛି । ଅନ୍ୟପକ୍ଷରେ ଯାଜପୁର ଜିଲ୍ଲା ସୁକିନ୍ଦାରେ ବିଜେଡି ପୁଲିଂ ଏଜେଣ୍ଟଙ୍କ ଆକ୍ରମଣରେ କଂଗ୍ରେସ ଓ ବିଜେପି ପୁଲିଂ ଏଜେଣ୍ଟ ଆହତ ହୋଇଥିବା ଜଣାଯାଇଛି । ବୁଥ ନଂ ୧୮୧ ଓ ୧୮୨ରେ ବିଜେଡି ପୁଲିଂ ଏଜେଣ୍ଟ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏନେଇ ଆହତ ଉଭୟ ଏଜେଣ୍ଟ ଯଖପୁରା ଥାନାରେ ଏତଲା ଦେଇଛନ୍ତି । ଅନ୍ୟପକ୍ଷରେ ଆହତ ଉଭୟ ଏଜେଣ୍ଟ ଙ୍କୁ ଦାନଗଦି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।