ତିର୍ତ୍ତୋଲ ଦୁଷ୍କର୍ମ, ଗୃହ ଅଚଳ

ତିର୍ତ୍ତୋଲ ଦୁଷ୍କର୍ମ, ଗୃହ ଅଚଳ

ତିର୍ତ୍ତୋଲ ଦୁଷ୍କର୍ମ, ଗୃହ ଅଚଳ
ଭୁବନେଶ୍ୱର: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନାବାଳିକା ଦୁଷ୍କର୍ମ ମାମଲାକୁ ନେଇ ବିଧାନସଭାରେ ହଟ୍ଟଗୋଳ କରିଛନ୍ତି ବିରୋଧୀ । ଯାହା ଫଳରେ ଗୃହ ଏକପ୍ରକାର ଅଚଳ ହୋଇଯାଇଛି । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ବାରମ୍ବାର ମୁଳତବି ହୋଇଥିଲା। ତେବେ ବିରୋଧୀଙ୍କ ହଟ୍ଟଗୋଳ ନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଅପରାହ୍ନ ୩ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରିଦେଇଛନ୍ତି । ପୂର୍ବରୁ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଦୁଷ୍କର୍ମ ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର । ସେ କହିଥିଲେ ଯେ, ଦୁଷ୍କର୍ମ ଘଟଣା ଯଦି ସତ ହୋଇଥାଏ ତେବେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ଦରକାର । ସେହିପରି ମହିଳା ଓ ଶିଶୁଙ୍କୁ ନେଇ ରାଜନୀତି ନକରିବା ମନ୍ତବ୍ୟରେ ନିଜ ପ୍ରତିକ୍ରିିୟା ରଖି ଶ୍ରୀ ମିଶ୍ର କହିଥିଲେ ଯେ, ଏହି ଘଟଣାରେ ବିଷ୍ଣୁ ଦାସଙ୍କ ମନ୍ତବ୍ୟ କଣ ରାଜନୀତି ନୁହେଁ । ଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ବିବୃତି ରଖନ୍ତୁ ବୋଲି ନରସିଂହ ମିଶ୍ର ଦାବି କରିଥିଲେ । ଅନ୍ୟପକ୍ଷରେ ଦୁଷ୍କର୍ମ ଘଟଣାରେ ବାଚସ୍ପତିଙ୍କ ରୁଲିଂ ଦାବିରେ କଂଗ୍ରେସ ସଦସ୍ୟ ଗୃହରେ ହଟ୍ଟଗୋଳ କରିଥିଲେ ।