କୃଷ୍ଣପ୍ରସାଦରେ ଆଣ୍ଡାମାନ ବୋଟ

କୃଷ୍ଣପ୍ରସାଦରେ ଆଣ୍ଡାମାନ ବୋଟ

କୃଷ୍ଣପ୍ରସାଦରେ ଆଣ୍ଡାମାନ ବୋଟ
କୃଷ୍ଣପ୍ରସାଦ: ସ୍ଥାନୀୟ ଖିରିସାହି ସମୁଦ୍ର କୂଳରେ ଆଣ୍ଡାମାନର ଏକ ବୋଟ ଲାଗିଛି । ବୋଟରେ ଥିବା ଜଣେ କର୍ମଚାରୀଙ୍କୁ ସ୍ଥାନୀୟ ଗ୍ରାମବାସୀ ଉଦ୍ଧାର କରିଛନ୍ତି । ଗ୍ରାମବାସୀ ତାଙ୍କୁ ଉଦ୍ଧାର କରିବା ପରେ କର୍ମଚାରୀ ଜଣକ ଦୀର୍ଘ ୨୧ ଦିନର ଦୁଃଖ ବିଷୟରେ ଗ୍ରାମବାସୀଙ୍କ ଆଗରେ ବଖାଣିଛନ୍ତି । ଆଣ୍ଡାମାନ ଫେରୁଥିବାବେଳେ ଉକ୍ତ ବୋଟଟି ଝଡ଼ତୋଫାନର ସମ୍ମୁଖୀନ ହୋଇଥିଲା । ଅଖିଆ ଅପିଆ ଯୋଗୁଁ ବୋଟର ଜଣେ କର୍ମଚାରୀଙ୍କ ମୃତୁ୍ୟ ହୋଇଛି । ମୃତ କର୍ମଚାରୀଙ୍କ ଶବକୁ ସମୁଦ୍ର ମଝିରେ ଫିଙ୍ଗି ଦେଇଥିବା ଉଦ୍ଧାର କର୍ମଚାରୀ ଜଣକ କହିଛନ୍ତି । ତେବେ ବୋଟଟି ଆଣ୍ଡାମାନରୁ କେଉଁଠିକୁ ଆସିଥିଲା ଉଦ୍ଧାର କର୍ମଚାରୀ ଜଣକ କିଛି କହିପାରୁନାହାନ୍ତି ।